ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

ବସ୍ତା,02/03:ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ଏକ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦାପଡ଼ା ଗ୍ରାମର ପିତାମ୍ବର ନାୟକ ଶୁକ୍ରବାର ଅପରାହ୍ଣରେ ଜାତୀୟ ରାଜପଥର ଯୁଣବଳଦା ଛକନିକଟ ଉପେନ୍ଦ୍ର ଦଳାଇଙ୍କ ବାସଭବନ ସାମ୍ନାରେ ନିଜ ବାଇକ ଓଡ଼ି୦୧ସି ୧୦୪୩କୁ ଛିଡ଼ାକରି ଶିକ୍ଷକ ଉପେନ୍ଦ୍ର ସାରଙ୍କୁ ଦେଖା କରିବାକୁ ଯାଇଥିଲେ।ମାତ୍ର ଫେରିଆସି ଉକ୍ତ ସ୍ଥାନରେ ଆଉ ଗାଡିଟିକୁ ଦେଖିବାକୁ ପାଇ ନଥିଲେ।ଶେଷରେ ଗାଡି ଚୋରି ହେବା ନେଇ ପିତାମ୍ବର ଶନିବାର ଅମର୍ଦ୍ଦାରୋଡ଼ ପୋଲିସ ଫାଣ୍ଡିରେ ଅଭିଯୋଗ ଦେଇଥିବା ଜଣାଯାଇଛି। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜୁର ଘଟଣାର ତଦନ୍ତ ଚଳାଇଛନ୍ତି ବୋଲି ସେ ଅପରାହ୍ନରେ କହିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

ଚୋରା ମଦ ଦୋକାନ ନିକଟରୁ ଦିବ୍ୟାଙ୍ଗ ଯୁବକଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଜଙ୍ଗଲ ରେ ନିଆ ଲଗେଇବା ଅଭିଯୋଗ ରେ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!