ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତାରୁ ହଣାକଟା ଜଣେ ଗୁରୁତର,ଗୁରୁତରଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ଵର ସ୍ଥାନାନ୍ତର

ପୂର୍ବ ଶତ୍ରୁତାରୁ ହଣାକଟା ଜଣେ ଗୁରୁତର,ଗୁରୁତରଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ଵର ସ୍ଥାନାନ୍ତର

ବସ୍ତା,02/03 : ଶନିବାର ସକାଳ ସମୟରେ ବସ୍ତା ଥାନା କୁଣ୍ଡୁଳି ଗ୍ରାମରେ ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାର ମଧ୍ୟରେ ହାଣକାଟ ଜଣେ ଗୁରୁତର। ସୂଚନା ମୁତାବକ ଏହି ଗ୍ରାମର ଶଶିକାନ୍ତ ଚାନ୍ଦ ପୂର୍ବରୁ ୩ଟି ବିବାହ କରିଥିବା ବେଳେ ଉଭୟ ସ୍ତ୍ରୀର ପିଲାଛୁଆ ଗୋଟିଏ ସ୍ଥାନରେ ଅଲଗା ଅଲଗା ଗୃହରେ ବସ ବାସ କରନ୍ତି। ମାତ୍ର ବିଭିନ୍ନ ସମସ୍ୟା ନେଇ ଉଭୟ ଙ୍କ ମଧ୍ୟରେ ବାରମ୍ୱାର ପାଟିତୁଣ୍ଡ ମାରପିଟ୍ ଆଦି ଘଟଣା ସହିତ ପାରିବାରିକ ତିକ୍ତତା ରହିଥିଲା। ଆଜିର ଘଟଣା ଅଭିଯୋଗ ଅନୁଯାୟୀ ଶଶିକାନ୍ତ ଚନ୍ଦ ଙ୍କ ଜଣେ ସ୍ତ୍ରୀ ବୃନ୍ଦାବତି ଚନ୍ଦ ଘରର ଉପର ମହଲା କବାଟ ବନ୍ଦକରି ଗ୍ରାମକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଶଶିକାନ୍ତ ଙ୍କ ଅନ୍ୟ ସ୍ତ୍ରୀର ପୁଅ ଉତ୍ତମ କୁମାର ଚନ୍ଦ ଓଆସି ବନ୍ଦ ଉପର ମହଲା ଚାବି ଭାଙ୍ଗୁଥିଲା। ଏହାକୁ ଦେଖି ବୃନ୍ଦାବତୀ କାହିଁକି ଚାବି ଭାଙ୍ଗୁଛି ପଚାରିବାରୁ ଉତ୍ତମ ଙ୍କ ସହିତ ଅନ୍ୟ ଏକ ସ୍ତ୍ରୀ ର ପୁଅ ଆଶିଷ କୁମାର ଚନ୍ଦ ଏବଂ ସେହି ଗ୍ରାମର ତାଙ୍କ ସହଯୋଗୀ କାହ୍ନl ଖଟୁଆ, ପୁତୁରା ବୋହୂ ଅଞ୍ଜୁଲତା ଚନ୍ଦ, ଦେଢ଼ସୁର ରତିକାନ୍ତ ଚନ୍ଦ, ପୁତ୍ର ବଧୂ ଶିବାନୀ ଚନ୍ଦ ଅତର୍କିତ ଭାବେ ଆସି ତାଙ୍କୁ ପିଟା ମାରା କରିବା ସହିତ କୁଭାସରେ ଗାଳି ଗୁଲଜ କରିଥିଲେ। ଏମାନଙ୍କ ପାଟିଶୁଣି ବୃନ୍ଦାବତୀଙ୍କ ପୁଅ ରଞ୍ଜନ ଓ ପୁତ୍ର ବଧୁ ମଧୁସ୍ମିତା ଘଟଣା ସ୍ଥଳକୁ ଆସି ଏମାନଙ୍କ କବଳରୁ ବୃନ୍ଦାବତୀ ଙ୍କୁ ଛଡ଼ାଇବାକୁ ଚେଷ୍ଠା କରିବାରୁ ଉତ୍ତମ ଏବଂ ସହଯୋଗୀ ମାନେ ବିଭିନ୍ନ ମାରଣାସ୍ତ୍ର ସହ ହକି ବାଡ଼ିରେ ରଞ୍ଜନ ,ବୃନ୍ଦାବତୀ ଓ ମଧୁସ୍ମିତା ଙ୍କୁ ମାଡ଼ ମାରିଥିଲେ। ଯେଉଁଥିରେ ରଞ୍ଜନ ଙ୍କ ପିଠି ଓ ଆଖିରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ପ୍ରଥମେ ବସ୍ତା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏନେଇ ବୃନ୍ଦାବତୀ ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି। ତେବେ ଅପର ପକ୍ଷରୁ ଏହି ଘଟଣାରେ ଅଭିଯୋଗ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

masiha

Rayagada District Forces Successfully Neutralize 4 IEDs Planted by Maoists

masiha

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

Leave a Comment

error: Content is protected !!