ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ 

ପଞ୍ଚାୟତ ସମିତି ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ 

ଡାବୁଗାଁ, ୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ପଞ୍ଚାୟତ ସମିତି ସ୍ତରୀୟ ଲୋକ ସେବା ଦିବସ ପଞ୍ଚାୟତ ସମିତି ଅଧକ୍ଷା ବୀଣା ମାଝୀଙ୍କ ସଭାପତିତ୍ଵରେ ପାଳିତ ହୋଇଯାଇଛି । ପ୍ରବାଦପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୁପଦୀପ ପ୍ରଜ୍ଵଳନ କରାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ମୁଖ୍ୟ ଅତିଥି ଓ ସମସ୍ତ ମଞ୍ଚାସୀନ ଅତିଥି ପ୍ରବାଦ ପୁରୁଷ୍ ଙ୍କ ଜିବନୀ, ରାଜନୈତିକ କ୍ଷେତ୍ରରେ ରାଜ୍ୟ ଓ ଦେଶ ଗଠନରେ ପ୍ରମୁଖ ଭୁମିକା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ତାଙ୍କ ଜନ୍ମ ଦିବସକୁ ପଞ୍ଚୟତୀରାଜ ଦିବସ ବା ଲୋକ ସେବା ଦିବସ ଭାବେ ପାଳନ କରାଯାଉଛି | ଏହି ଅବସରରେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ , ବନପାଳ ଉମାକାନ୍ତ ପଟ୍ଟନାୟକ, ସମସ୍ତ ବିଏଲଏଫ, ଏମବିକେ, ସିଆରପି ଓ ଲୋକମାନେ ଉପସ୍ଥିତ ଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ ଘୋଷଣା କରିଥିଲେ।     

 

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

Sunil Chandra Nayak

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!