ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

 ଢେ଼ଙ୍କାନାଳ(ମ ସୀ ହା) ହିନ୍ଦୋଳ ନିର୍ବାଚନମଣ୍ଡଳୀର ହିନ୍ଦୋଳ ଏନଏସି,ସାତମାଇଲ ଓ ଓଡାପଡା ଠାରେ ଓଡିଶା ର ଜନ ନାୟକ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ବିଧାୟିକା ସୀମାରାଣୀ ନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ହିନ୍ଦୋଳ କାରାଗାର ରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା lଏହା ପରେ ହିନ୍ଦୋଳ ଟାଉନ ହଲ ଠାରେ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଯାଇଥିଲା l କାର୍ଯ୍ୟକ୍ରମରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସହ ସଂଯୋଜକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସେଠୀ,ନଗର ସଭାପତି,ଏନଏସି ଅଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ସମେତ କାଉନସିଲର,ଯୁବ ଓ ଛାତ୍ରମାନଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ଏହାପରେ ସାତମାଇଲ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାଲିମୀ ଛକ ପର୍ଯ୍ୟନ୍ତ ଚାଲିଥିଲା।ବ୍ଲକ ସଭାପତି ଓ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାlଏହା ପରେ ଓଡାପଡା ଦଶଦେବୀ ପୀଠ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଓଡାପଡୃ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ଯ, କାଉନସିଲର, ଯୁବ ଛାତ୍ର ଓ ମହିଳା ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ସମାରୋହ

Sunil Chandra Nayak

ନୂଆପଡ଼ାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ  ୨୫୨ ଦିବ୍ୟାଙ୍ଗଜନ ପଞ୍ଜିକୃତ, ୧୦୧ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନା ପାଇଁ ଚିହ୍ନଟ

Sunil Chandra Nayak

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

Sunil Chandra Nayak

Leave a Comment

error: Content is protected !!