ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନନ୍ୟା ଉନ୍ମୋଚନ ଓ ଉତ୍କର୍ଷତା ସମ୍ମାନ

ଅନନ୍ୟା ଉନ୍ମୋଚନ ଓ ଉତ୍କର୍ଷତା ସମ୍ମାନ

ରାଉରକେଲା:ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକା ଅନନ୍ୟା’ର ଉନ୍ମୋଚନ ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ କାର୍ଯ୍ୟକ୍ରମ ପରିଚାଳନା ସମିତିର ସଭାପତି ଡଃ ଦାଭିନ୍ଦର କୈ।ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରମକମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଲକ୍ଷ୍ୟ ସ୍ଥିର କରି, ତା’ର ପୂର୍ତ୍ତି ପାଇଁ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା ଓ ପରିଶ୍ରମ ଦ୍ବାରା ସଫଳତା ଲାଭ କରିପାରିବେ ବୋଲି କହିଥିଲେ । ଏକାଗ୍ରତା ଓ ସରଳତା ବିଦ୍ୟାର୍ଥୀକୁ ସଫଳତାର ସ୍ବାଦ ଦେଇଥାଏ ବୋଲି ଡଃ କୈ।ର ଅଧ୍ୟକ୍ଷୀୟ ଅଭିଭାଷଣରେ କହିଲେ । ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ କହିଲେ ଯେ ଶିକ୍ଷାଳୟ ହେଉଛି ଜୀବନ ବିକାଶ ମନ୍ଦିର, ଓ ଏହାର ପବିତ୍ରତା ରକ୍ଷା କରି , ଉତ୍ତମ ଶିକ୍ଷା ପାଇଁ କାର୍ଯ୍ୟ କରିବା ଏକ ଐଶ୍ୱରୀୟ କାର୍ଯ୍ୟ । ସଂଯୋଜକ ଦୀପ୍ତି ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପିକ ଚନ୍ଦ୍ରଲେଖା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଯୁକ୍ତ ଦୁଇ ଓ ତିନିର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ, ବିବିଏ, ବାଣିଜ୍ୟ ସ୍ନାତକୋତ୍ତର, ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା ଓ ଖେଳ କୁଦରେ ଉତ୍କର୍ଷତା ହାସଲ କରି ଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ଡଃ ଦିବ୍ୟକାନ୍ତି ବିଲୁଙ୍ଗ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ ସଂହତି ଓ ଓଡ଼ିଶାର ଐତିହ୍ୟ ପରମ୍ପରା ଉପରେ ଆଧାରିତ ଥିଲା । ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକ ଯୋଗଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

masiha

କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡା ତତଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ସର୍ପାଘାତରେ ମହିଳା ମୃତ 

masiha

Leave a Comment

error: Content is protected !!