ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

ରାଉରକେଲା: ମଧୁବାବୁଙ୍କ ପରେ ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି ବିଜୁ ପଟ୍ଟନାୟକ ଯେ’କି ସର୍ବଦା ଓଡ଼ିଶାର ସର୍ବାଙ୍ଗିନ ବିକାଶ କଥା ଚିନ୍ତା କରୁଥିଲେ।ଜଣେ ଶତାବ୍ଦୀର ସୂର୍ଯ୍ୟ ହେଲେ ଅନ୍ୟ ଜଣେ ଶତାବ୍ଦୀର ଭୂମିପୁତ୍ର। ବିଜୁ ପଟ୍ଟନାୟକ ଏ ଜାତିର ଗର୍ବ ଓ ଗୌରବ। ଭାରତବର୍ଷର ଜଣେ ବିଶିଷ୍ଟ ଜନନାୟକ । ଯଦି ତାଙ୍କର ସମଗ୍ର ଜୀବନକାଳକୁ ଅନୁଧ୍ୟାନ କରାଯାଏ , ତାଙ୍କ ଜୀବନକାଳ ଥିଲା ଜୀବନ୍ତ ଇତିହାସ। ଏହାଥିଲା ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ଦ୍ୱାରା ଆୟୋଜିତ ବିଜୁ ପଟ୍ଟନାୟକଙ୍କ ଶହେଆଠତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ବକ୍ତବ୍ୟ। ସେ ଆହୁରି ମଧ୍ୟ କହିଥିଲେ ଦୁଃସାହସିକତାର ଅନ୍ୟ ନାମ ବିଜୁ ପଟ୍ଟନାୟକ। ପିଲାଟି ବେଳରୁ ସେ କିପରି ଅନେକ ଦୁଃସାହସିକ କାର୍ଯ୍ୟ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ନିତ୍ୟାନନ୍ଦ ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀବତ୍ସ କୁଅଁର ଯୋଗଦାନ କରି ବିଜୁବାବୁଙ୍କ ରାଜନୈତିକ ଜୀବନର ଉତ୍ଥାନ ପତନ ବିଷୟରେ ସବିଶେଷ ଆଲୋଚନା କରିଥିଲେ ସଂଘର ସହ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ଦେବା ସହିତ ବିଜୁବାବୁଙ୍କ ଜୀବନରେ ଘଟିଥିବା କେତେକ ଅନାଲୋଚିତ ଘଟଣାର ଆଲୋକପାତ କରିଥିଲେ। ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ମଞ୍ଚ ପରିଚାଳନା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ସଂଘର ସଭ୍ୟ ପ୍ରଦିପ ନାୟକ, ଅମୂଲ୍ୟ କୁମାର ସେଠୀ, ବିଜୟ କୁମାର ସାହୁ, ବାଳକୃଷ୍ଣ ସ୍ବାଇଁ, ସଞ୍ଜୟ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୂପସାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

masiha

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!