ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ,୦୭.୦୩.୨୦୨୪- ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ ଭି ଏଲ e ସୁପରିଟେଣ୍ଡେ ରାୟଗଡ଼ ଡ଼ ରମେଶ ଚନ୍ଦ୍ର ସାହୁ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ମମତା ସାହୁ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି, ଆଡମିନିଷ୍ଟ୍ରେଟିଭି ଅଫିସର ଶ୍ରୀ ଗୌର ଚରଣ ପଟ୍ଟନାୟକ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜେ ରାଜେଶ ରାଓ ପଟ୍ଟନାୟକ ଉପସ୍ଥିତ ଥିଲେ । ଆଶା ସଂଯୋଜିକା ଶ୍ରୀମତି ରାଜଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅପହଞ୍ଚ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶାମାନଙ୍କ ଭୂମିକା ବେଶ୍ ଗୁୁରୁତ୍ୱପୂର୍ଣ୍ଣ । ଆଶା କର୍ମଚାରୀ ଙ୍କ ଅବଦାନ ଯୋଗୁଁ ଚଳିତ ବର୍ଷ ରାୟଗଡ଼ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରି ପାରିଛି । ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁସମନ୍ୱୟ ରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ସ୍ୱାସ୍ଥ୍ୟ ସୁଚକାଙ୍କରେ ଉନ୍ନତି ଆଣିବା ଦିଗରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । 

ଗୋଷ୍ଠୀର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡ ଜିଲ୍ଲାର୧୧ ଟି ବ୍ଲକ ଏବଂ ଦୁଇଟି ପୌର ପରିଷଦର ମୋଟ ୩୬ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶା ଭାବେ ମାନପତ୍ର ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା । ସେହିପରି ଭାବେ ୨୭ ଟି ମହିଳା ଆରୋଗ୍ୟ ସମିତି ଏବଂ ୧୧ ଟି ଗ୍ରାମ କଲ୍ୟାଣ ସମିତିକୁ ମଧ୍ୟ ପୁରସ୍କୃତ ହୋଇଥିଲେ । ଏନକ୍ୱାସ୍ କ୍ଷେତ୍ର ଯୋଗ୍ୟତା ପାଇଥିବାରୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୁରସ୍କୃତ କରାଯାଇଥିଲା। କାୟାକଳ୍ପ କ୍ଷେତ୍ର ରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ , ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାଶିପୁର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିଷମକଟକ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାୟଗଡ଼, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର -୨ ରାୟଗଡ଼, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଣୁପୁର କୁ ପୁରସ୍କୃତ କରାଯାଇଥିଲା । ଏହି aକାର୍ଯ୍ୟକ୍ରମରେ ବହୁ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମଚାରୀଗଣ ଉପସ୍ଥିତ ରହିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି :ବସ୍ତରେନ ମାଉଲିଙ୍କ ‘ଅଷାଢ଼କେନା’ ଯାତ୍ରା ସମ୍ପନ୍ନ କଣ୍ଟା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଲେ ଦେବୀ

Sunil Chandra Nayak

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଟେବୁଲଟପ୍ ଅଭ୍ୟାସ ବୈଠକ ଅନୁଷ୍ଠିତ ଜରୁରୀକାଳୀନ ପରିସ୍ଥିତିରେ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵାରୋପ

masiha

Leave a Comment

error: Content is protected !!