ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ 

୪ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ 

ଡାବୁଗାଁ, ୧୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୪ ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ପାତିଆ – ଘୁଷୁରାବେଡା ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ, ଡାବୁଗାଁ ପଞ୍ଚାୟତର ଡାବୁଗାଁ – ଉମୁରହାଣ୍ଡି ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ ଓ ବୋରିଗାଁ ପଞ୍ଚାୟତ ଅଧୀନ ପରିଆବେଡା – ଆଟିଗାଁ ମାଧରେ ଥିବା ଭସ୍କେଲ ନଦୀ ଉପରେ ପୋଲ, ଘୋଡାଖୁଣ୍ଟା-ଶିଂସାରି ରାସ୍ତା ମଧ୍ୟରେ ଥିବା ଗାଈଯୋଡି ନଦୀ ଉପରେ ନିର୍ମାଣ ହେବାକୁ ଥିବା ପୋଲର ଶିଳାନ୍ୟାସ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି | ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋୟୀ, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ, ଜିଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ବିଜେଡି ଉପଦେଷ୍ଟା ମଳୟ ବିଶୋୟୀ ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହିମା ମହାବିଦ୍ୟାଳୟରେ “No Till Farming (ବିନା ହଳ ରେ ଚାଷ)” ସମ୍ପର୍କ ରେ ଆଲୋଚନା ଚକ୍ର

Sunil Chandra Nayak

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

ଲୋଜଦୃଷ୍ଟି କଲେଜ ର ୧୫ତମ ବାର୍ଷିକ ଉତ୍ସବ ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

Sunil Chandra Nayak

Leave a Comment

error: Content is protected !!