ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର 

୪୨ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର 

କଟକ : କଟକ ସଦର ୪୨ ମୌଜା ଏରଞ୍ଚ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପୌଢ ନିବାସ ଆନୁକୁଲ୍ୟରେ କଟକ ମଙ୍ଗଳାବାଗର ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଶେଷଜ୍ଞ ଡଃ. ଅଶୋକ କୁମାର ଉପାଧ୍ୟାୟ, ସହକାରୀ ଆଶୁତୋଷ ପଣ୍ଡା ଓ ସରସ୍ଵତୀ ନାୟକ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିରରେ ଉପସ୍ଥିତ ଥିଲେ। ୧୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ୩ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ନିଆଯାଇଥିଲା।‌ କାର୍ଯ୍ୟକ୍ରମକୁ ପୌଢ ନିବାସର ମୁଖ୍ୟ ପରିଚାଳକ ଇ°. ମନମୋହନ ପତି, ଅନୁପମ ପତି, ଅଭୟ କୁମାର ସ୍ବାଇଁ ଓ ଆଶିଷ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସରସ୍ୱତୀ ଶିଶୁ ମନ୍ଦିର, ଡାବୁଗାଁ ର ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର :ଏ କୃତିତ୍ଵ ନେଇ ଡାବୁଗାଁ ଗର୍ବିତ 

Sunil Chandra Nayak

ନିଜ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ 

masiha

କଳାରୁଦ୍ର ଯୁବକ ସଂଘ ସଭାଗୃହ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!