ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର 

୪୨ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର 

କଟକ : କଟକ ସଦର ୪୨ ମୌଜା ଏରଞ୍ଚ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପୌଢ ନିବାସ ଆନୁକୁଲ୍ୟରେ କଟକ ମଙ୍ଗଳାବାଗର ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଶେଷଜ୍ଞ ଡଃ. ଅଶୋକ କୁମାର ଉପାଧ୍ୟାୟ, ସହକାରୀ ଆଶୁତୋଷ ପଣ୍ଡା ଓ ସରସ୍ଵତୀ ନାୟକ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିରରେ ଉପସ୍ଥିତ ଥିଲେ। ୧୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ୩ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ନିଆଯାଇଥିଲା।‌ କାର୍ଯ୍ୟକ୍ରମକୁ ପୌଢ ନିବାସର ମୁଖ୍ୟ ପରିଚାଳକ ଇ°. ମନମୋହନ ପତି, ଅନୁପମ ପତି, ଅଭୟ କୁମାର ସ୍ବାଇଁ ଓ ଆଶିଷ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

ବାଣପୁର ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତାପାତ୍ରଙ୍କୁ  ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!