ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

ରାଉରକେଲା: ମହିଳା ଦିବସ ଅବସରରେ ରାଉରକେଲା ଆଇନ ମହାବିଦ୍ୟାଳୟରେ ଏକ ହସ୍ତକଳା ପ୍ରଦର୍ଶନୀ ଛାତ୍ର ଛାତ୍ରୀଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଲ୍ୟାଣୀ ରାୟ ମହାବିଦ୍ୟାଳୟର ପ୍ରଧ୍ୟାପିକା ଡ଼ ସରିତା ମଲ୍ଲ ଯୋଗଦେଇ ମହିଳାଙ୍କ ସମାଜ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିବା ସହ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତି କହିଲେ ଯେ ନେତୃତ୍ବ ଓ ଯୋଗ୍ୟତାରେ ପୁରୁଷ ଓ ନାରୀର ବିଭେଦ ନଥାଏ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡା, ଅଧ୍ୟାପକ ତନ୍ମୟରାଜ ପାଢ଼ୀ, ଅଧ୍ୟାପକ ଡ ଦିବ୍ୟେନ୍ଦୁ ପଣ୍ଡା, ଲକ୍ଷ୍ମୀପ୍ରିୟା ସାହୁ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ନନ୍ଦକିଶୋର ମହନ୍ତ, ହୃଦୟରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ, ନିତ୍ୟାନନ୍ଦ ବିଶୋଇ ପ୍ରମୁଖ ଯୋଗଦେଇ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପାଇଁ ଅଧ୍ୟକ୍ଷାଙ୍କ ଦ୍ଵାରା ଏକ କ୍ୟାଣ୍ଟିନ ର ଉଦଘାଟନ କରା ଯାଇଥିଲା। ଏହା ସ୍ବୟଂ ସହାୟିକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେବ। ପ୍ରାକ୍ତନ ଛାତ୍ର ସଂଘର ସଭାପତି ଡ ସୁମନ ଦତ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହାସହ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ

Sunil Chandra Nayak

ରାଇରଙ୍ଗପୁରରେ ବନ୍ଦେ ମାତରଂ ଧ୍ବନିରେ ହରିର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

Sunil Chandra Nayak

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

Sunil Chandra Nayak

Leave a Comment

error: Content is protected !!