ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି, ୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି,

୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ହୋଇ ଥିବା ବେଳେ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଛି l ଆଜି ମଧ୍ୟ୍ୟ ଏହି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ସରକାରଙ୍କ ମୌଳିକ ଅଧିକାର ପାଇ ନାହାନ୍ତି ଅଞ୍ଚଳବାସି l ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଶୁଣିବା ପାଇଁ ମାସକୁ ଥରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାଯେ ଲୋକେ ନିଜ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇଁ ଜିଲ୍ଲାପାଳଙ୍କ ସହିତ ସାମ୍ନାସାମନ୍ନି ଅଭିଯୋଗ କରିଥାନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ ବ୍ଲକର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ହେଲେ ଅଭିଯୋଗ କାରି ଆସି ନଥିଲେ l ପ୍ରଚାର ପ୍ରସାର ଅଭାବ ଯୋଗୁଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଫେଲ ମାରିଥିଲା ଜିଲ୍ଲାପାଳ ପି ଅନେଶ୍ଵ ରେଡି ଓ ଜିଲ୍ଲାର ବିଭିନ୍ନ ବିଭାଗରେ ଥିବା ପଧାଧିକାରୀ ମାତ୍ର ଅଧ ଘଣ୍ଟା ରହି ୧୫ ଗୋଟି ଅଭିଯୋଗ ଶୁଣି ଚାଲିଯାଇଥିଲେ l ବ୍ଲକରେ ୨୬ ଗୋଟି ପଞ୍ଚାୟତ ଥିବା ବେଳେ ୪୮୨ରୁ ଉର୍ଦ୍ଧ ଗାଁ ରହିଛି l ଏହି ପଞ୍ଚାୟତ ଓ ଗାଁ ମାନଙ୍କରେ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କତୃପକ୍ଷ ପକ୍ଷରୁ ଡକାଵାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରିବା କଥା ହେଲେ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହା ହୋଇପାରିଲା ନାଇଁ ଫଳରେ ଲୋକେ ନିଜ ଗାଁ ସମସ୍ୟାକୁ ନେଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ପାରିନଥିଲେ l ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇଁ ପୂର୍ବରୁ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ଥିଲା ଓ ନିଜ ପଞ୍ଚାୟତ ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପାଇଁ କୁହା ଯାଇଥିଲା ହେଲେ ପଞ୍ଚାୟତ ଅଧିକାରୀ ମାନେ ଏତି ପ୍ରତି ଧ୍ୟାନ ଦେଇ ନ ଥିଲେ ଯାହାଫଳରେ ଆଜି ଫେଲ ମାରିଚି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର l

ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ୍ 

Related posts

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

Leave a Comment

error: Content is protected !!