ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ 

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ 

ରାଉରକେଲା:ସାହାସ,ଦୃଢ଼ ଆତ୍ମବିଶ୍ବାସ ଏବଂ ଶିକ୍ଷାକୁ ବଳ କରି ନାରୀ ଆଗକୁ ବଢିବ ଓ ସଶକ୍ତ ହେବ । କଳା,ବିଜ୍ଞାନ, କ୍ରୀଡା,ସମାଜ ସେବା କ୍ଷେତ୍ରରେ ନାରୀ ମାନେ ଆଜି ଆଗରେ । କଠିନ ପରିଶ୍ରମ,ଦୂର ଦୃଷ୍ଟି ର ସମ୍ମିଶ୍ରଣ ହେଲେ ନିଜର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ବକ୍ତା ମାନେ ମତ ରଖିଥିଲେ। ବ୍ୟାସ ଭବନ ପରିସରରେ” ନନ୍ଦିନୀ ମହିଳା ସଂହତି “ର ସହଯୋଗୀତାରେ ଏକ ବଣ୍ଣ୍ୟାଢ୍ୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ହେବାପରେ ଗୁରୁ ଗୈାରାଙ୍ଗ ମଲ୍ଲିକ ଓ ସାଥୀ ପ୍ରାଦେଶିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ଆବାହକତ୍ଵ ରେ ଲୋପାମୁଦ୍ରା ଦାସ ସ୍ବାଗତ ଭାଷଣ ଦେଇଥିଲେ।ସୁପ୍ରଭା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭାପତି ମନୋରଞ୍ଜନ ଦାସ ପୈରହିତ୍ୟ କରି ନିଜ ବକ୍ତବ୍ୟରେ ଅନୁଷ୍ଠାନର ମହିଳା ମଣ୍ଡଳୀଙ୍କ କାର୍ଯ୍ୟ ଶୈଳୀ ଓ ପାରଦର୍ଶିତାକୁ ଭୂୟସୀ ପ୍ରଶଂସା କରିଥିଲେ।ମହିଳା ସମ୍ପାଦିକା କନକଲତା ଜେନା ବର୍ଷସାରା ନିଆଯାଉଥିବା ନାରୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବିବରଣୀ ରଖିଥିଲେ। ସମସ୍ତଙ୍କ ସହଯୋଗ କାମନା କରିବା ସହ ଅନୁଷ୍ଠାନକୁ ଆଗକୁ ବଢ଼ିବାରେ ବ୍ରତୀ ହେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏବର୍ଷ ର ମହିଳା ଦିବସ ପାଳନର ଥିମ୍ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ସମାଜସେବୀ ଛବିରାଣୀ ମହାନ୍ତି ଯୋଗଦେଇ ଝାନସୀରାଣୀ ଲକ୍ଷ୍ମୀ ବାଈଙ୍କ ସାହିସିକତା, ପରୀ ବେୱ।ଙ୍କ ଆତ୍ମ ବଳିଦାନ ,ମାଡାମ କ୍ଯୁରୀଙ୍କ ବିଜ୍ଞାନର ବିରଳ ନୋବେଲ ପୁରସ୍କାର ବିଜେତା ହେବା ଉପରେ ସୁସମନ୍ବୟ ପୂର୍ବକ ବକ୍ତବ୍ୟ ରଖିଥିଲେ । ଏହି ସମାବେଶରେ କ୍ରୀଡାବିତ୍ ଆନ୍ନା କେରକେଟା ଏବଂ ଅଞ୍ଜଳି ସାହୁ, ସ୍ବର୍ଣ୍ଣ ପଦକ ବିଜୟୀନୀ ଖେଲୋ ଇଣ୍ଡିଆ ଲିଗ୍ ଦୁଇ ପ୍ରତିଭାବାନ ମହିଳା ଖେଳାଳି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମାବେଶରେ ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ପ୍ରସ୍ତାବ ଦେଇଥିଲା ବେଳେ ସୁଶ୍ରୀ ମନସ୍ବିନୀ ଜେନା ମଞ୍ଚ ସଞ୍ଚାଳନ କରି ଥିଲେ।କୁନି କଳାକାର ମାନିନୀ ପାତ୍ର ଓ ସାଥୀ ଐଶ୍ୱର୍ଯ୍ୟା ପାତ୍ର ମହିଳା ଦିବସର ଥିମ୍ ଉପରେ ଏକ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲେ।ପରେ ପରେ ଅନୁଷ୍ଠାନର ମହିଳା କଳାକାର ମାନଙ୍କ ଦ୍ବାରା ଏକ ନାରୀର ଆବେଗଭରା କାହାଣୀ ପର୍ଯ୍ୟବେଷିତ ନାଟକ “ସମ୍ପର୍କ”ମଞ୍ଚସ୍ଥ ହୋଇଥିଲା।ଏହି ସମାବେଶର ସଫଳତା ପାଇଁ ମହେନ୍ଦ୍ର ମହାଳିକ, କମଳାକାନ୍ତ ପ୍ରଧାନ ,ରାଜୀବ ପାତ୍ର,ବିଜୟ କୁମାର ପ୍ରଧାନ ,କମଳଲୋଚନ ଗାରୁ, ସୁବ୍ରତ କୁମାର ଜେନା, ଆନନ୍ଦ ଗିରି ରାଧାକୃଷ୍ଣ ଦଳପତି , ଚିତ୍ତରଞ୍ଜନ ବାରିକ୍, ତୁଷାର ମହାପାତ୍ର, ରବିନ୍ଦ୍ରନାଥ ଜେନା, ଅରକ୍ଷିତ ଆଦକ, କରୁଣାକର ବାରିକ୍, ବାଲୁକିଶୋର ପାତ୍ର, ପରମେଶ୍ବର ମହାରଣା, କଲ୍ୟାଣ ପଣ୍ଡା, ବନବିହାରୀ ରଣା,ତଅପୋଇ ମାଝୀ ,ଛବିରାଣୀ ପ୍ରଧାନ, ଦମୟନ୍ତୀ ବେହେରା, ସୁଷମା ସାହୁ , ଦେବଯାନୀ ଘୋଷ,ଭାଗ୍ୟଲକ୍ଷ୍ମୀ ପାତ୍ର, ରଶ୍ମିରେଖା ବାରିକ୍, ପୂଜାରାଣୀ ଗିରି , ତଅପୋଇ ମଲ୍ଲିକ, ଶକୁନ୍ତଳା ଆଦକ, ସ୍ନିଗ୍ଧା ଦାସ , ଆରତୀ ପାତ୍ର , ସସ୍ମିତା ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର

masiha

Leave a Comment

error: Content is protected !!