ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

ଜେକେ କାଗଜ କଳ ପରିସରରେ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ଯାହା କି ଗତ ତା ୦୪.୦୩.୨୦୨୪ ରିଖ ରେ ଉଦ୍ଘାଟିତ ହୋଇ ତା ୧୨.୦୩.୨୦୨୪ ରିଖରେ ସମାପନ ହୋଇଛି । ଉଦ୍ଘାଟନି ସମାରୋହରେ କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ରାୟଗଡ଼ା ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ବେଉରା ଓ ଜେକେ ପେପର ମୀଲର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଆର. କେ. ଏମ. ରଏ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ। ଏହି ସୁରକ୍ଷା ସପ୍ତାହ ପାଳନ ଅବସରରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଏଥିରେ କମ୍ପାନୀ କର୍ମଚାରୀ ଓ ଆଖପାଖର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିସହିତ କମ୍ପାନୀ କର୍ମଚାରୀ ଓ କଲୋନୀର ମହିଳାମାନଙ୍କୁ ସୁରକ୍ଷା ସମ୍ଭନ୍ଧୀୟ ସଚେତନତା ଓ ତାଲିମ ପ୍ରଦାନ କରାଯାଇଥିଲା । 

ସୁରକ୍ଷା ସପ୍ତାହ ସମାପନ ସମାରୋହରେ ଜେକେ ପେପର ମୀଲର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଆର. କେ. ଏମ. ରଏ, ଶ୍ରୀ ଜି.ଏସ . ପଟ୍ଟନାଏକ ଓ ଶ୍ରୀ ସନ୍ଦୀପ ପାଣ୍ଡେ ସମସ୍ତ କର୍ମଚାରୀବୃନ୍ଦଙ୍କୁ ଭାଷଣ ଦେଇଥିଲେ । ଜେକେ ପେପର ମୀଲରେ ୨୦୨୨ ଓ ୨୦୨୩ ରେ କୌଣସି ଦୁର୍ଘଟଣା ଘଟି ନଥିବାରୁ ସମସ୍ତ କର୍ମଚାରୀଙ୍କୁ ପ୍ରସଂଶା କରିଥିଲା । ଏହି ଅବସରରେ କର୍ମଚାରୀମାନଙ୍କ ଦ୍ୱାରା ଏକ ସୁନ୍ଦର ସୁରକ୍ଷା ନାଟକର ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟଜିତ ମହାନ୍ତି, ମହାପ୍ରବନ୍ଧକ (ଇ ଏଚ ଏସ )ପରିଚାଳନା କରିଥିଲେ । ସୁରକ୍ଷା ବିଭାଗ ତରଫରୁ ବରିଷ୍ଠ ପ୍ରବନ୍ଧକ ଶ୍ରୀ ରମାରଞ୍ଜନ ବିଶ୍ଵାଳ କାର୍ଯ୍ୟକ୍ରମର ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ବଣିକ ସଙ୍ଘ ନିର୍ବାଚନ: କାହ୍ନୁ ସଭାପତି

Sunil Chandra Nayak

ଥୁଆମୁଳ ରାମପୁରରେ ବ୍ଳକ୍ ସ୍ତରୀୟ ୭୪ ତମ ସାଧାରଣ ଦିବସ ପାଳିତ

Sunil Chandra Nayak

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!