ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ପାଇଁ ଦିନିକିଆ କର୍ମଶାଳା 

ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ପାଇଁ ଦିନିକିଆ କର୍ମଶାଳା 

ରାଉରକେଲା: ଭିନ୍ନକ୍ଷମ ମାନଙ୍କ ପାଇଁ ସମର୍ପିତ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଏକ ଦିବସୀୟ ” ଭିନ୍ନକ୍ଷମ ଙ୍କ ମୌଳିକ ଅଧିକାର ପାଇଁ ପକ୍ଷ ସମର୍ଥନ” କର୍ମଶାଳା ଝିରପାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥି ଭାବେ କମ୍ୟୁନିଟି ୱେଲଫେୟାର ସୋସାଇଟି ଏବଂ ହସ୍ପିଟାଲ ଅଧକ୍ଷ ଫାଦର ବେନିଚନ କେ ପିଟର ଏହାକୁ ଉଦ୍‌ଘାଟନ କରି କହିଥିଲେ, ଦିବ୍ୟାଙ୍ଗଙ୍କ ପାଇଁ ଗୋଷ୍ଠିଭିଭିକ କାର୍ଯ୍ୟକ୍ରମ କରିବା ସହ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆମ କର୍ଭବ୍ୟ। ଦିବ୍ୟାଙ୍ଗଙ୍କ ପାଇଁ ଶ୍ରଦ୍ଧା ଦ୍ଵାରା ପରିଚାଳିତ ହେଉଥିବା ପ୍ରତିଟି କାର୍ଯ୍ୟକ୍ରମ ଦୃଷ୍ଟାନ୍ତମୂଳକ ଓ ସ୍ବାଗତ ଯୋଗ୍ୟ। ତେଣୁ ଆନ୍ତରିକ ଭାବେ ଏପରି କାର୍ଯ୍ୟକ୍ରମକୁ ସି.ଡବ୍ଲୁ .ଡବ୍ଲୁ.ଏସ୍ ସହଯୋଗର ହାତ ବଢାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଝାଡଖଣ୍ଡ ଚକ୍ରଧରପୁରର ଏକଜୁଟ ସଂସ୍ଥା ର ବିନିତ ମହନ୍ତ ଓ ସମରଜୀତ ପ୍ରଧାନ ବୈଷିୟିକ ତାଲିମର ପରାମର୍ଶଦାତା ଏଥିରେ ବକ୍ତା ରୂପେ ଯୋଗଦେଇ ଦିବ୍ଯାଙ୍ଗମାନେ ବୈଷିୟିକ ତାଲିମ ନେଇ କିପରି ନିଜକୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିବେ ସେ ଦିଗରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରଦ୍ଧାର ଉପଦେଷ୍ଟା ସଂଯୁକ୍ତା ରାଜଗୁରୁ ମହାପାତ୍ର ଭିନ୍ନକ୍ଷମ ମାନଙ୍କୁ ତାଙ୍କର ଉଚିତ ଅଧିକାର ଦେବାପାଇଁ ଆମକୁ ପ୍ରଥମେ ଆମର ମାନସିକତା କୁ ବଦଳାବାକୁ ହେବ ବୋଲି ମତ ରଖିଥିଲେ। ଶ୍ରଦ୍ଧାର ସଭାପତି ପଶୁପତି ନାଥଚାଟାର୍ଜୀ ଦୂରଭାଷ ମାଧ୍ୟମରେ ସ୍ଵାଗତ ଭାଷଣ ଓ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ ତଥା ପ୍ରକଳ୍ପ ର ନିର୍ଦ୍ଦେଶକ କାର୍ତ୍ତିକଚନ୍ଦ୍ର ପାଣ୍ଡବ ଭିନ୍ନକ୍ଷମ ଆଇନ ଓ ଅଧିକାର ୨୦୧୬, ସରକାରୀ ସୁବିଧା ସୁଯୋଗ ଉପରେ ସୂଚନା ଦେଇଥିଲେ। ଏଥିସହ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ବିଶ୍ରା ବ୍ଳକର ୪ ପଞ୍ଚାୟତରେ ବାସ କରୁଥିବା ୮୩୨ ଦିବ୍ୟାଙ୍ଗଙ୍କୁ ସମ୍ପୂର୍ଣ୍ଣ ଚିହ୍ନଟ କରିପାରିଛୁ ବୋଲି କହିଥିଲେ । ଏହାଦ୍ଵାରା ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ବସ୍ ଓ ରେଳପାସ, ଭତ୍ତା, ସହଯୋଗ ଓ ଉପକରଣ, ବୈଷିୟିକ ତାଲିମ ଓ ଚାକିରି ଓ ଥଇଥାନ ପ୍ରଭୃତି ବିଷୟରେ ସରକାରଙ୍କ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା କୁ ପୂରଣ କରାଯିବ ବୋଲି ଶ୍ରୀ ପାଣ୍ଡବ ସୂଚନା ଦେଇଥିଲେ । ପ୍ରକଳ୍ପର ପରିଚାଳକ ଅମ୍ରୀତ ଆଚାର୍ଯ୍ୟ ଓ ରିନୁଲତା ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ରିନୁଲତା ପ୍ରକଳ୍ପ ର ବିବରଣୀ ଦେଇଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ଉପରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ ।ପୂର୍ବରୁ ଶ୍ରଦ୍ଧା ରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଭିନ୍ନକ୍ଷମ ସକାଶେ ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ ସଂଯୁକ୍ତା ରାଜଗୁରୁ ମହାପାତ୍ର, ଦିବ୍ୟାଙ୍ଗ ରୁକ୍ମଣୀ ଏକ୍କା ଙ୍କୁ ଏବଂ ୮ ସ୍ୱେଚ୍ଛାସେବୀ ଓ ଉପସ୍ଥିତ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁଜାତା ରାଉତ, ପ୍ରୀତି ବାରିକ, ଅଞ୍ଜଳୀ ମହାରଣା, ସୁକୁମାର ପାଣ୍ଡବ, ସିପୁନ ବେହେରା, ଧୀରେନ ଓଝା, ସର୍ବେଶ୍ଵର ମାନସିଂ, ସନ୍ତୋଷୀ କୁମ୍ଭାର, ସୁନୀତା ତନ୍ତୀ, ରୋଜାଲିନା ଓରାମ, ବଳରାମ ତନ୍ତୀ, କ୍ରିଷ୍ଣା ଗୋପ, ସରୋଜିନୀ ସିଂ, ଗନ୍ଦରୁ ଓରାମ, ସୁବାଷିନି ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝିରପାଣି, ଜାମସେରା, ବିଶ୍ରା, ବନ୍ଧମୁଣ୍ଡା ଅଞ୍ଚଳରୁ ୨୦୦ରୁ ଅଧିକ ଦିବ୍ୟାଙ୍ଗ ସାମିଲ ହୋଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପ୍ରୀତି ବାରିକ ମାନପତ୍ର ପାଠ କରିବା ସହ ଧନ୍ୟବାଦ ଅର୍ପଣ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ 

masiha

Leave a Comment

error: Content is protected !!