ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

ନବରଙ୍ଗପୁର:(ତା ୧୨.୦୩.୨୦୨୪)ଗରିବ ଅସହାୟ, ଦିବ୍ୟାଙ୍ଗ ଲୋକଙ୍କ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ସମୟରେ ତୁରନ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ଯୋଗାଇଦେବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ ପରିସ୍ଥିତି ରେ ସମାଜ ସେବା ରେ ସିଧାସଳଖ ରେଡ଼କ୍ରସ ପାଣ୍ଠି ଲୋକଙ୍କ କାମରେ ଲାଗିଥାଏ। ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ର ଚେକ୍ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାୟକ, କନିଷ୍ଠ ରେଡକ୍ରସ ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବି କମଳା କାନ୍ତ ରାଉତ, ପ୍ରକାଶିନୀ ଚୌଧୁରୀ, ଅନିନ୍ଦିତା ନନ୍ଦ, ତପସ୍ଵିନୀ ବେହେରା, ଅତିରିକ୍ତ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ , ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜରୁରୀ କାଳୀନ ବିଭାଗର ବରିଷ୍ଠ ସହାୟକ ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସମାଜ ର ଅତ୍ୟାବଶ୍ୟକୀୟ ସେବା ରେ ଲାଗିବା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ଦାନ କରିଥିବାରୁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ କୁ ଜିଲ୍ଲାପାଳ ଡଃ ମିଶ୍ର ଧନ୍ୟବାଦ ଜଣାଇଥିଲେ। ଏହି ଅବସରେ ଜରୁରୀକାଳୀନ ପରିସ୍ଥିତି ରେ ସମାଜର ଲୋକଙ୍କ ହିତରେ ରେଡ଼କ୍ରସ ପାଣ୍ଠି ଖର୍ଚ୍ଚ ହେଉଥିବାରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ବଦାନ୍ୟ ବ୍ୟକ୍ତି ବିଶେଷ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଆହ୍ଵାନ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୈଷ୍ଣବ ସାହୁ

Sunil Chandra Nayak

ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ…

Sunil Chandra Nayak

ସରିସା ଗ୍ରାମରେ ହାତୀ ଆତଙ୍କ

masiha

Leave a Comment

error: Content is protected !!