ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଦଳୀମୁଣ୍ଡା ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

କଦଳୀମୁଣ୍ଡା ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ଗୋଲାମୁଣ୍ଡା ପୋଲିସ ର ବଡ଼ ସଫଳତା | ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ କଦଳୀମୁଣ୍ଡା ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ଗୋଲାମୁଣ୍ଡା ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ରମେଶ ସେଠୀ। ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ 4 ୱେ ରାସ୍ତା ଦେଇ ଅନେକ ଥର ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଓଡି 26 ଡି 9639 ନାମକ ହିରୋ ସ୍ପେଲେଣ୍ଡର ପ୍ଲସ ଗାଡ଼ିରେ ବିଦେଶ ମଦ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ପିଛା କରିଥିଲା। ପୋଲିସ ପିଛା କରୁଥିବା ଜାଣି ରମେଶ ଦ୍ରୁତ ଗତି ରେ ଯାଉଥିବା ବେଳେ କଦଲିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି। ପୋଲିସ ହିରୋ ସ୍ପେଲେଣ୍ଡର ପ୍ଲସ ଗାଡ଼ି, 24 ଲିଟର 470 ମିଳିଲିଟର ବିଦେଶ ମଦ ଜବତ କରିବା ସହ ଜଣକୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ ,୨୬୮୦୦୦ନଗଦ ଟଙ୍କା ଜବତ

Sunil Chandra Nayak

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏକକାଳୀନ ୮ ଠିକଣାରେ ଚଢ଼ଉ ଜାରି

Sunil Chandra Nayak

ପମ୍ପ ହାଉସରୁ ବାରମ୍ବାର ହେଉଛି ତମ୍ବା କେବୁଲ ତାର ଚୋରି, ପୁଲିସର ହାତ ଖାଲି ,  ପାନୀୟ ଜଳ ଯୋଗାଣ ପ୍ରଭାବିତ 

Leave a Comment

error: Content is protected !!