ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ସଂଘ ନିର୍ବାଚନ: ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ l

ଆଇନଜୀବୀ ସଂଘ ନିର୍ବାଚନ: ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ l

ନବରଙ୍ଗପୁର:(୧୪|୩ ) ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ୮ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସର୍ବମୋଟ ୯ଟି ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏକ ରକମ ପ୍ରାର୍ଥୀ ମାନଙ୍କ ବିଜୟ ସୁନିଶ୍ଚିତ ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ୬ ତାରିଖ ଦିନ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସି ଏଚ୍ ବାବା ଯୁଗନ୍ଧର ୨୦୨୪-୨୫ ବର୍ଷ ପାଇଁ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ୪ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଏପରି ମୋଟ ୯ଟି ପଦବୀ ପୂରଣ ପାଇଁ ମାର୍ଚ୍ଚ ୩୦ରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଏହି କ୍ରମରେ ୧୧ ଓ ୧୨ ତାରିଖ ଦିନ ମାନଙ୍କରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ୯ଟି ପଦବୀ ମଧ୍ଯରୁ ସଭାପତି ପଦବୀରେ ନରସିଂହ ତ୍ରିପାଠୀ, ଉପ ସଭାପତି ପଦବୀରେ ହରି ନାରାୟଣ ବେହେରା, ସମ୍ପାଦକ ପଦବୀରେ ତପନ ସିଂ, ଯୁଗ୍ମ ସଂପାଦକ ପଦବୀରେ ସନ୍ଦିପ ମିଶ୍ର, କୋଷାଧ୍ୟକ୍ଷ ପଦବୀରେ ଅନୀଳ ଦୀନବନ୍ଧୁ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀରେ ପ୍ରଶାନ୍ତ ପଟ୍ଟନାୟକ, ସତୀଶ ନାୟକ, ଦୀନେଶ ରାଜ କର୍କରା ଓ ସୀମାଞ୍ଚଳ ପାଢୀ ଏଭଳି ଗୋଟିଏ ପଦବୀରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୧୪ ତାରିଖ ଦିନ ଏହି ପ୍ରାର୍ଥୀ ପତ୍ରକୁ ଯାଞ୍ଚ କରାଯିବା ପରେ ୮ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି । କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀରେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ସିମାଞ୍ଚଳ ପାଢୀ ଓ ତାଙ୍କ ପ୍ରସ୍ତାବକ, ସମର୍ଥକ ଅନୁପସ୍ଥିତ ରହିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ୧୬ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦିବସ ଧାର୍ଯ୍ୟ ରଖାଯାଇଥିବା ବେଳେ ୧୮ ତାରିଖ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି। ଏହି ନିର୍ବାଚନ ପରିଚାଳନାରେ ସହକାରୀ ନିର୍ବାଚନ ଅଧୀକାରୀ ରୂପେ କେ ଚନ୍ଦ୍ର ଶେଖର ରାଓ ଓ ଇମ୍ରନ ସରିଫ ସହଯୋଗ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

Sunil Chandra Nayak

ବ୍ଲକ ଯାଦବ ସମାଜ ସମିତି ଗଠିତ

masiha

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

Leave a Comment

error: Content is protected !!