ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା 

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା 

ବସ୍ତା,14/03 : ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ୩ଶହରୁ ଉର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ ହେଉଥିବାରୁ ଗୁରୁବାର ମଧ୍ୟାହ୍ନ ସମୟରେ ମଥାନି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ମଥାନୀ ପଞ୍ଚାୟତ ଅଧୀନ ୪ଟି ୱାର୍ଡ ବିଶିଷ୍ଟ ସାନଖୁଡି ଗ୍ରାମରେ ୩ଶହ ପରିବାର ପରିବାର ବାସ କରନ୍ତି।ଏଠାରେ ଥିବା ୨ଟି ସରକାରୀ ଟ୍ୟୁବୱେଲ ଜଳ ସ୍ତର ହ୍ରାସ ଯୋଗୁଁ ଏବେ ଅଚଳ ହୋଇ ପଡିଛି। ବସୁଧା ଯୋଜନାରେ ନୂତନ ଭାବେ ହୋଇଥିବା ପ୍ରକଳ୍ପ ଏଯାବତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ ପାଣି ପାଇ ପାରୁନାହାନ୍ତି। ପାଣି ସମସ୍ୟା ସାଙ୍ଗକୁ ସମସ୍ତଙ୍କୁ ପାଇଖାନା ମିଳିନଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ୩ଲକ୍ଷ ଟଙ୍କାର ନିର୍ମାଣଧୀନ କଂକ୍ରିଟ ରାସ୍ତା ଏଯାବତ ସମ୍ପୂର୍ଣ୍ଣ ହେଉନାହିଁ। ବାରମ୍ବାର ଅଭିଯୋଗ ପରେ ପଞ୍ଚାୟତ ଏବଂ ବିଭାଗୀୟ କର୍ତ୍ତ୍ତୃପକ୍ଷଙ୍କ ଅଣଦେଖା ପ୍ରତିବାଦରେ ଉତ୍ତେଜନା ଦେଖାଦେଇଛି।ଗ୍ରାମର ମହିଳା ମନୋରମା ଦାସ, ଲକ୍ଷ୍ମୀମଣି ଦାସ, ଅପୂର୍ବ ଦାସ, ସରସ୍ବତୀ ଦାସ, ପାର୍ବତୀ ଦାସ, ମିନତୀ ଦାସ, ହେମଲତା ଦାସ, ଜୟନ୍ତୀ ଦାସ, ତାରାମଣି ଦାସ, ମିଲିରାଣୀ ଦାସ ଓ ବାସନ୍ତୀ ବେହେରା ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

masiha

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

Sunil Chandra Nayak

ଆମ୍ବୁଲାନ୍ସ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ: ନର୍ଲା ଥାନାରେ ଏତଲା ଦାଏର କଲେ ଯାଦବ ସମାଜ

Sunil Chandra Nayak

Leave a Comment

error: Content is protected !!