ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନିଲ ସିଂହ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣlମେଣ୍ଟ – ଜେକେ ପୁର

ଅନିଲ ସିଂହ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣlମେଣ୍ଟ – ଜେକେ ପୁର

ଅନିଲ ସିଂହ ମେମୋରିଆଲ ଆନ୍ତଃ ରାଜ୍ୟ T-20 କ୍ରିକେଟ ଟୁର୍ଣ୍ଣlମେଣ୍ଟ ଜେ.କେ ସ୍ପୋର୍ଟସ କ୍ଲବ ଓ ଜେ.କେ କାଗଜ କଳ ର ମିଳିତ ସହଯୋଗ ରେ ଗତ ୧୬ ମାର୍ଚ୍ଚ ଦିନ ଉତଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣlମେଣ୍ଟ ମାର୍ଚ୍ଚ ୧୬ ତାରିଖ ରୁ ଆରମ୍ଭ କରି ମାର୍ଚ୍ଚ ୨୩ ତାରିଖ ଯାଏଁ ଜେ.କେ ସ୍ପୋର୍ଟସ କ୍ଲବ କ୍ରିକେଟ୍ ଖେଳ ପଡିଆ ରେ ଚାଲିବ।ସର୍ବ ମୋଟ 12 କ୍ରିକେଟ୍ ଟିମ୍ ବିଭିନ୍ନ ରାଜ୍ୟ ରୁ ଅଂଶ ଗ୍ରହଣ କରିଛନ୍ତି।ଏହି ଟୁର୍ଣ୍ଣlମେଣ୍ଟ ଉତଘାଟନୀ ଉତ୍ସବ ରେ ଶ୍ରୀଯୁକ୍ତ ଏମ ଆର କେ ରାୟ ବରିଷ୍ଟ ପ୍ରବନ୍ଧକ ମେକାନିକାଲ ଜେ କେ କାଗଜ କଳ ମୁଖ୍ୟ ଅତିଥି ଏବଂ ପି ଗୌରୀ ଶଙ୍କର ସଂମାନନୀୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ମନୋବଳ ବଢ଼ାଇଥିଲେ । ଏହି କାର୍ଯ୍ୟକର୍ମ ରେ ଆଖ ପାଖ ପଂଚାୟତ ର ପ୍ରତିନିଧି ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କ ମନୋବଳ ବଢ଼ାଇ ଥିଲେ. ପ୍ରତି ଦିନ ୨ଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହେବ । ବିଜେତା ଟିମ୍ କୁ ୧ ଲକ୍ଷ ବିଜେତା ରାଶି ଓ ୫୦, ୦୦୦ ଟଙ୍କା ଉପବିଜେତା ରାଶି ଓ ମ୍ୟାନ ଅଫ ଦି ମ୍ୟାଚ୍ , ମ୍ୟାନ ଅଫ ଦି ସିରିଜ୍ ପାଇଁ ଆକର୍ଷଣୀୟ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳକ ମାନଙ୍କ ଦ୍ଵାରା ଘୋଷଣା କରାଗଲା ।ଆଜି ପ୍ରଥମ ଦିନ ରେ *ଡେଥ୍ ୱାରିଅର୍ ରାୟଗଡ* vs *ଭାଇଜାକ୍ ସୁପର ନୋଭସ୍ ବିଶାଖାପାଟଣା* ଦିନ ୨ ଟା ସମୟ ରେ ଓ *ବଲାଙ୍ଗୀର -11, ବଲାଙ୍ଗୀର* ସହ *ଏମ.ଏସ.କେ ସି.ଡି.ସି.ସି, ବିଜୟନଗର* ମ୍ୟାଚ୍ ଖେଳା ଯାଇଥିଲା । ଉକ୍ତ ପ୍ରଥମ ମ୍ୟାଚ୍ ରେ *ଭାଇଜାକ୍ ସୁପର ନୋଭସ୍ ବିଶାଖାପାଟଣା ଟିମ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା.* ଏହି ମ୍ୟାଚ୍ କୁ ଜେ.କେ ପୁର ର ସ୍ଥାନୀୟ ବାସିନ୍ଦା ଓ ଆଖ ପାଖ ଗ୍ରାମ ର ଲୋକମାନେ ବହୁଳ ଭାବେ ଯୋଗ ଦେଇ ଉପଭୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

୨୪ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ମାହାଲି ବୟହା ମିଲନ ସଂଘ ପକ୍ଷରୁ ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!