ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନବରଙ୍ଗପୁର ଏମପି ଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନବରଙ୍ଗପୁର ଏମପି ଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ୧୬/୦୩/୨୪ // ନବରଙ୍ଗପୁର ଜିଲ୍ଲା ସହଜରେ ବିକାଶ ଠୁଁ ବହୁ ଦୂରରେ,ଏଠି ନିରବଛିନ୍ନ ଭାବେ ଶାସକ ଦଳର ଏମ ପି ଓ ଏମ ଏଲ ଏ ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ଗୋଟିଏ ବି ଶିଳ୍ପାନୁଷ୍ଠାନ ହୋଇ ପାରିନି କି ନର୍ସିଂ ଓ ପାଲିଟେକ୍ନିକ ଛାଡିଦେଲେବୈଷୟିକ ଶିକ୍ଷାନୁଷ୍ଠାନ ଖୋଲାଯାଇନି। କିନ୍ତୁ ବିଧାୟକ ପାଣ୍ଠି ଓ ଏମ ପି ଲାଡ଼ ରେ କର୍ମୀ ଙ୍କୁ ସୁହାଇବା ଭଳି ପ୍ରକଳ୍ପ ଅବା ଭୋଟ ହାତେଇବା ପାଇଁ ବିଭିନ୍ନ ଜାତି ର ସମାଜପାଇଁ ଓ ଧାର୍ମିକ ଅନୁଷ୍ଠାନ ପାଇଁ ଲ୍ୟାଡ଼ ର ବେଶ ବ୍ୟବହାର ହେଉଛି।  

ନିର୍ବାଚନ ତାରିଖ ଘୋଷଣା ଆଜି ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶିତ ହୋଇଥିଲା। ସାଧାରଣ ନିରବAଚନ ବିନା ମେଣ୍ଟ ରେ ଲଢେଇ ହେଲେ ଏମ ପି ରମେଶ ମାଝୀ ଙ୍କୁ ଟିକେଟ ଦିଆ ଯିବନି ପ୍ରଦୀପ ମାଝୀ ଙ୍କୁ ଦିଆଯିବା ସଂକେତ ରାଜ୍ୟସଭାପତି ଓ ସଙ୍ଗଠନ ସମ୍ପାଦକ ତଥା 5 ଟି ନେତା ଙ୍କ ପକ୍ଷରୁ ଦିଆ ଯାଇଛି।ତଥାପି ଏମ ପି ବିଧାୟକ ସଦାଶିବ ପ୍ରଧାନୀ ଙ୍କ ସହ ମିଶି ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କରିଛନ୍ତି। କଣ୍ଟାଗାଁ ରେ ଭତ୍ରା ସମାଜ ପାଇଁ ସଭାଗୃହ ,ପଣସ ପଦର ରେ ଜେ ଇ ଏଲ ଚର୍ଚ୍ଚ ଠାରେ ହଲ ପାଇଁ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଚରା ମୂଳା ଠା ରେ ଏମ ପି ଲ୍ୟାଡ଼ ରାମ ମନ୍ଦିର ନିର୍ମାଣ ପାଇଁ ଦିଆ ଯାଇଥିବା ପ୍ରକଳ୍ପ ର ଶୁଭ ଦେଇଥିଲେ। ଶେଷରେ ଅପରାହ୍ନ୫ ରେ ନିଜ କାର୍ଯ୍ୟକାଳ ର ଶେଷ ଭିତ୍ତିପ୍ରସ୍ତର ସ୍ଥ।ପନ କାର୍ଯ୍ୟକ୍ରମ ଖାତିଗୁଡା ଠାରେ କଳିଙ୍ଗ ବୈଶ୍ୟ ସମାଜର ଗୃହ ରହିଥିଲା। ଏସମସ୍ତ କାର୍ଯ୍ୟକ୍ରମ ରେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏହି ଆସନ ବି ଜେପି ଭାଗରେ ପଡିବା ଚର୍ଚ୍ଚା ସତ୍ତ୍ୱେ ଦଳୀୟ କର୍ମୀ ଓ ନେତୃ ସ୍ଥାନୀୟ ବ୍ୟକ୍ତି ଙ୍କ ଉପସ୍ଥିତି ପୂର୍ବ ଦିନ ଭଳି ରହି ଥିଲା।ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ସମିତି ସଭ୍ୟ ସୁକାନ୍ତି ମହାନ୍ତି ,ସମିତି ସଭ୍ୟ ସୁଧୀର ଖୁରା, ଯୁବ ବି ଜେ ଡି ବ୍ଲକ ସଭାପତି ସୁରେଶ ନାୟକ ,ବ୍ଲକ ବି ଜେ ଡି ସଭାପତି ପ୍ରଫୁଲ୍ଲ ନାଗ ଦୟାନିଧି ବିଶୋଇ ଳଛମନ ଭତ୍ରା , ଅଶୋକ ,କୁନା ମହାନ୍ତି ପ୍ରମୁଖ ସମେତ ଶତାଧିକ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ ,ଟେନ୍ତୁଳି ଖୁଣ୍ଟି

Related posts

ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ  ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ 

Sunil Chandra Nayak

ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

Sunil Chandra Nayak

Leave a Comment

error: Content is protected !!