ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମୃତ ହାତୀର କଙ୍କାଳ ଉଦ୍ଧାର ,୨- ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା, ୩- ବଜ୍ରପାତରେ ଦୁଇ ଭଉଣୀ ଗୁରୁତର,୪- ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ,୫- ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

ମୃତ ହାତୀର କଙ୍କାଳ ଉଦ୍ଧାର 

ଢେଙ୍କାନାଳ -ଘଞ୍ଚ ଜଙ୍ଗଲ ଭିତରେ ମରିଥିଲା ହାତୀ। ୨୫ଦିନ ପରେ ଗଳିତ ମୃତଦେହ ଠାବ କଲା ବନବିଭାଗ। କାରଣ ଖୋଜୁଛି ବନ ବିଭାଗ ସୂଚନାଦାତାଙ୍କୁ ମିଳିବ ପୁରସ୍କାର।

ଢେଙ୍କାନାଳ ମହାବିରୋଡ଼ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ସୋମବାର ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୬ରୁ ୭ ବର୍ଷା ହାତୀ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷ ରକ୍ଷକ ଡା.ସଞ୍ଜୟ କୁମାର ସ୍ବାଇଁ ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତ ହାତୀଟି ୨୫ ଦିନ ପରେ ଗଳିତ ମୃତ ଦେହ ପଡ଼ିଥିଲା ଏବଂ ମୃତ୍ୟୁ ପୂର୍ବରୁ କୌଣସି ଅସ୍ବାଭାବିକ ପରିସ୍ଥିତି ଘଟିଥିଲା କି ନାହିଁ,ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି। କଙ୍କଡ଼ାହାଡ଼ ପ୍ରାଣୀ ଚିକିତ୍ସା ବିଭାଗର ଟିମ୍ ଶବ ବ୍ୟବଚ୍ଛେଦ କରିଥିଲେ। ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡା.ସ୍ବାଇଁ କହିଛନ୍ତି। ହାତୀ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ରହିଛି। ତଦନ୍ତରେ ଯଦି କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ। ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ହାତୀ ମୃତ୍ୟୁ ସମ୍ପର୍କରେ କୌଣସି ବ୍ୟକ୍ତିଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ଥିଲେ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି। ସୂଚନାଦାତାଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା

 ଢେଙ୍କାନାଳ – ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥରୁ ଗ୍ରାମାଞ୍ଚଳ ମାନଙ୍କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ହେଉବା ସଂପ୍ରସାରଣ ନିମନ୍ତେ ବହୁଳ ଅର୍ଥ ବିନିଯୋଗ ହେଉଛି। କିନ୍ତୁ ସଠିକ୍ ଭାବେ ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖରେ ଉଦାସୀନତା କେଉଁଠି ରାସ୍ତା ତ ଆଉ କେଉଁଠି ପୋଲ ପାର୍ଶ୍ଵ ରାସ୍ତା ଫାଟି ଦବି ଯିବାର ଦେଖିବାକୁ ମିଳିଛି। ପରଜଙ୍ଗ ବ୍ଲକ ମୁକ୍ତାପଶି ଠାରୁ ବଡକମର ପୂର୍ବ ରାସ୍ତାଟି ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁକ୍ତାପଶି ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବାର କିଛି ମାସ ହେବ ଗାଡି ଚଳାଚଳ ବିଭାଗୀୟ ପକ୍ଷରୁ ବିଧବଦ୍ଧ ଭାବେ ହୋଇଛି। ମାତ୍ର ଗାଡ଼ି ଚଳାଚଳରେ ଉଚ୍ଚରେ ଉକ୍ତ ପୋଲର ପାର୍ଶ୍ବ ରାସ୍ତା ଫାଟି ଆଁ କରିବା ସହ ଦବି ଯିବାର ଦେଖିବାକୁ ମିଳିଛି। ଏବଂ ପାର୍ଶ୍ଵରେ ହୋଇଥିବା ପଥର ଛାଉଣୀରେ ଅନେକ ଫାଟ ଦେଖିବାକୁ ମିଳିଛି। କୈଣସି ଅଘଟଣ ଘଟିବା ଆଗରୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ମରାମତି ପାଇଁ ଦାବୀ ହୋଇଛି।

ବଜ୍ରପାତରେ ଦୁଇ ଭଉଣୀ ଗୁରୁତର

ଢେଙ୍କାନାଳ – ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ସାମବାର ବଜ୍ରପାତରେ ସମ୍ପର୍କୀୟ ଦୁଇ ଭଉଣୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଗ୍ରାମର ଗୋକୁଳାନନ୍ଦ ଦେହୁରୀଙ୍କ ଝିଅ କାଜଲ ଦେହୁରୀ (୧୯) ଏବଂ ତ୍ରିଲୋଚନ ଦେହୁରୀଙ୍କ ଝିଅ ରୀନା ଦେହୁରୀ (୨୦)। ଜେଜେମାଙ୍କ ମୃତ୍ୟୁଭୋଜି ଚାଲିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଗୁରୁତତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଢ଼ଙ୍ଗୀ ରେଞ୍ଜ୍ ଅଧୀନସ୍ଥ ମହାପଦା ଗାଁରେ ଏବେ ଏକ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ସପ୍ତାହ ହେବ ଗାଁ ମୁହାଁ ହୋଇଥିବା ଏହି ଦନ୍ତା ଯୋଗୁଁ ଲୋକଙ୍କ ନିଦ ହଜିଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ହାତୀଟି କେବଳ ରାତିରେ ନୁହେଁ ବରଂ ଦିନ ବେଳା ମଧ୍ୟ ଗାଁ ଭିତରେ ପଶି ବୁଲୁଛି। ଫଳରେ ଗାଁ ଲୋକଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଥିବା ବେଳେ, ଲୋକେ ଘରୁ ବାହାରିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ତିନି ଦିନ ହେବ ଦନ୍ତାଟି ଲଗାତାର ଭାବେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଆଜି ସକାଳେ ହାତୀଟି ଗାଁର ସରୋଜ କୁମାର ନାଥଙ୍କ ଘର ପଛପଟେ ପଶିଥିଲା। ସେଠାରେ ବାଡ଼ି ଗେଟ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଦେବା ସହ ଫସଲ ନଷ୍ଟ କରିଛି। ସେହିପରି ପୂର୍ବରୁ ଦନ୍ତାଟି ରୋହିତ କୁମାର ନାଥଙ୍କ ଘର ବାଡ଼ି କାନ୍ଥକୁ ଭାଙ୍ଗି ମାଟିରେ ମିଶାଇ ଦେବା ସହ ବାଡ଼ିରେ ଥିବା ସମସ୍ତ ଗଛଲତା ଓ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା। ବାରମ୍ବାର ହାତୀର ଏପରି ଉନ୍ମତ୍ତ କାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ହତାଶ ହୋଇପଡ଼ିଛନ୍ତି। ଦିନ ଦ୍ୱିପ୍ରହରରେ ବିଶାଳକାୟ ଦନ୍ତା ହାତୀଟି ଖୋଲାଖୋଲି ବୁଲୁଥିବାରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେଉଁ ମୁହୂର୍ତ୍ତରେ ଯେ ହାତୀ କାହା ଜୀବନ ନେଇଯିବ, ସେନେଇ ଭୟ ଲାଗିରହିଛି। ଏହି ସମସ୍ୟା ପ୍ରତି ଷଢ଼ଙ୍ଗୀ ରେଞ୍ଜ୍ ବନବିଭାଗ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେଇ ଦନ୍ତା ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

ଢେଙ୍କାନାଳ -ନିଲାମ ନେଉଛନ୍ତି ଗୁଣ୍ଡୁରାପଶି ମାଙ୍କଡ଼ା ପଥର ଖଣି। ସେଠାରୁ କିନ୍ତୁ ପଥର ନକଟି ନିଲାମ ହୋଇନଥିବା ପାଖ ଜଙ୍ଗଲ ଜମିରେ କଟାଚାଲିଛି ପଥର । ଏହି ବେଆଇନ୍ ପଥର ଖଣିରେ ୧୧ ମାସ ତଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ପଦାକୁ ଆସିଥିଲା। ଓଡ଼ାପଡ଼ା ତହସିଲ୍‌ର ଇନ୍ଦିପୁର ରାଜସ୍ୱ ସର୍କଲରେ ରହିଥିବା ଏପରି ୩୦ରୁ ଅଧ‌ିକ ବେଆଇନ୍ ମାଙ୍କଡ଼ା ପଥର ଖଣିରେ କାର୍ଯ୍ୟରତ ସ୍ଥାନୀୟ ଗୁଣ୍ଡିଚାପଡ଼ା ପଞ୍ଚାଗତ ଦେଶାଳିଆ ଗ୍ରାମର ଅକ୍ଷୟ ନାଏକଙ୍କର ୧୧ ମାସ ତଳେ ମୃତ୍ୟୁ ଘଟିଥିଲା। ସନ୍ଦେହଜନକ ଭାବେ ଖଣି ମଧ୍ୟରୁ ସକାଳୁ ଅକ୍ଷୟଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଏହି ଘଟଣରେ ବେଆଇନ୍ ଭାବେ ଅବାଧରେ ଚାଲିଛି ପଥର କଟା ନକଲି ଟ୍ରାଞ୍ଜିଟ୍ ପାସ୍‌ରେ ପରିବହନ । ବ୍ୟାପକ ରାଜସ୍ୱ ହାନି,ଅଧିକାରୀ ନିରବ ଚୋରାରେ ପଥର ଖଣି ଚାଳିଛି। ଅବଧରେ ପଥର କଟଯାଇ ସଦର ବ୍ଲକ ଭାଲିଆବୋଲକାଟେଣୀ ପଞ୍ଚାୟତ ରାସ୍ତାଦେଇ ଗୋହିରାଖାଲ ଛକ,ଲମ୍ବୋଦରପୁର, କୋଇଲିପଙ୍ଗି ଭାପୁର ଛକ ଠାରୁ ବିଭିନ୍ନ ସ୍ଥାନକୁ ପ୍ରତିଦିନ ଶହ ଶହ ଟ୍ରିପ୍ ମାଙ୍କଡ଼ା ପଥର ଚୋରାଚାଲାଣ କରାଯାଉଛି। ପ୍ରଶାସନିକ ଅଧିକାରୀ ଓ ସଦର ଥାନା,ଭାପୁର ଫାଣ୍ଡି ପୋଲିସ୍‌ ଅଧିକାରୀଙ୍କୁ ହାତବାର୍ସି କରି ପଥରମାଫିଆ ଏହି ଅଞ୍ଚଳରେ ରହିବା ଗ୍ରାମ୍ୟ ଜଙ୍ଗଲ,ସଂରକ୍ଷିତ ଜଙ୍ଗଲ,ଗୋଚର ଓ ରାଜ୍ୟ ଜମିରେ ବେଆଇନ୍ ଭାବେ ଖଣି ଖୋଳି ମାଙ୍କଡ଼ା ପଥର ଟ୍ରକ,ଟ୍ରାକ୍ଟର ଯୋଗେ ଲୁଟ୍ କରୁଛନ୍ତି। ନକଲି ଟ୍ରାଞ୍ଜିଟ୍ ପାସ୍ କରିଆରେ ପଥର ପରିବହନ କରାଯାଉଛି। ଏହାଦ୍ଵାରା ମାଫିଆ ଲକ୍ଷ ଲକ୍ଷ ଟଙ୍କା କମାଉଥିବାବେଳେ ସରକାରଙ୍କର ବ୍ୟାପକ ରାଜସ୍ଵହାନୀ ହେଉଛି। ଢେଙ୍କାନାଳ ସଦର ଥାନା ଠାରୁ ମାତ୍ର ୨ କିଲୋମିଟର ଦୂର ଇନ୍ଦିପୁର ରାଜସ୍ତ ନିରୀକ୍ଷନଙ୍କ କାର୍ଯ୍ୟାଳୟ ନିକଟରେ ଚାଲିଥିବା ଗୁଣ୍ଡୁରାପଶି ମାଙ୍କଡ଼ା ପଥର ଖଣି ଚଳାଇଥିବା କିଛି ଗୁଣ୍ଡା ମାଫିଆ ଶ୍ରେଣୀର ବ୍ୟକ୍ତି ଏହି ଖଣିକୁ ଚଳାଇ ଆସୁଛନ୍ତି। ବେଆଇନ୍ ଖଣି ଚାଲୁଥିବା ଅଭିଯୋଗକୁ ସମସ୍ତେ ସରକାରୀ ବିଭାଗୀୟ ଅଧିକାରୀ,ମାଇନିଙ୍ଗି ଅଧିକାରୀ,ତହସିଲଦାର,ଆର ଆଇ,ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଖଣି ମାଫିଆଙ୍କ ସଲା ସୁତୁରା ମାସିକିଆ ମୋଟା ଅଙ୍କର ଟଙ୍କା ଦେଇ ଚଲାଇଛନ୍ତି ଏହି ବେଆଇନ୍ ଖଣିକୁ। ସେଥି ପାଇଁ ବେଆଇନ୍ ଚାଲୁଥିଟା ମାଙ୍କଡ଼ା ପଥର ଖଣି ଉପରେ ସରକାରଙ୍କର କୌଣସି ବିଭାଗ ଆଗ୍ରହ ପ୍ରକାଶ କରିନାହାନ୍ତି। ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ୍ କର୍ତ୍ତୃପକ୍ଷ, ପୁଲିସ୍ ସବୁ ଚୁପ୍ ବସିଛନ୍ତି। ଅଧିକରୀ ଓ ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବାରୁ କେହି କାର୍ଯ୍ୟନୁଷ୍ଠାନ ନେବାକୁ ସାହାସ ଜୁଟାଉନାହାନ୍ତି। ପଥର ଖଣି ଦାୟିତ୍ବ ଖଣି ବିଭାଗର ବୋଲି ଦାୟିତ୍ୱ ଖସାଇ ଦେଉଛନ୍ତି। ୩ ବର୍ଷ ତଳେ ଏହି ଅଞ୍ଚଳରେ ଚାଲିଥିବା ବେଆଇନ୍ ପଥର ଖଣିରେ ଚଢ଼ର କରିବାକୁ ଯାଇଥିବା ତତ୍କାଳୀନ ଉପଜିଲ୍ଲାପାଳ ଆଉଏଏସ୍ ଅଧିକରୀ ବିଭୂତି ଭୂଷଣ ନାୟକ ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏପରିକି ଉପଜିଲ୍ଲାପାଳଙ୍କ ଡ୍ରାଇଭର ବି ମାଫିଆଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ। ସେତେବେଳେ ପୋଲିସ୍ କୌଣସି ସହ‌ଯୋଗ କରିନଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଅଧିକାରୀଙ୍କ ଉପରେ ଆକ୍ରମଣ ହେବାପରେ ପୋଲିସ୍,ରାଜ୍ୟ ବିଭାଗ,ଜଙ୍ଗଲ ବିଭାଗ ଓ ଖଣି ବିଭାସ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ମାତ୍ର ଏହା କୌଣସି କାର୍ଯ୍ୟକାରୀ ହେଇନି । ଏହାର ସୁଯୋଗ ନେଇ ମାଫିଆମାନେ ସାହସ କରି ଜଙ୍ଗଲ ଜମିରୁ ଅଧିକରୁ ଅଧିକ ଜୋର କରି ମାଙ୍କଡ଼ା ପଥର ଲୁଟିବାରେ କରିବାରେ ଲାଗିଛନ୍ତି। ଦିନ ରାତି ପଥର କାଟି ଚୋରାଚାଲାଣ କରୁଛନ୍ତି। ନକଲି ଟ୍ରାଞ୍ଜିଟ୍ ପାସ୍‌ରେ ପଥର ପରିବ‌ହନ କରି କୋଟି କୋଟି ଟଙ୍କା ଗୋଜଗାର କରୁଛନ୍ତି। ଇନ୍ଦିପୁର,ଖୁଣ୍ଟୁଝରୀ,ଗୁଣ୍ଡୁରାପଶି ଆଦି ଅଞ୍ଚଳରେ ଛତୁ ଫୁଟିଲା ଭଳି ବେଆଇନ ପଥର ଖଣି ଗଢ଼ି ଉଠିଛି। ପଥର ମାଫିଆମାନଙ୍କ ପ୍ରାଦୁର୍ଭାବରେ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଲେଣି। ଏକକ ଏକର ରାଜସ୍ଵ,ଗୋଚର,ଜଙ୍ଗଲ କିସମ ଜମିକୁ ତାଡ଼ି ଚାଲିଛନ୍ତି। ଗ୍ରାମରାସ୍ତାରେ ଦୈନିକ ଶତାକ ଟ୍ରିପ ପଥର ବୋଝେଇ ଟ୍ରକ୍ ଯାତାୟାତ ଦ୍ୱାରା ରାସ୍ତା ଖାଲଖମା ହୋଇଗଲାଣି। ମୂଲ୍ୟବାନ୍ ଗଛ କଟି ପଥର ତଡ଼ା ଯାଇଥିବାରୁ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଯାଇଛି। ଲୋକଙ୍କ ଜୀବନ ମଧ୍ୟ ବିପଦପୂର୍ଣ ହୋଇପଡ଼ିଛି। ଏତେସବୁ ସତ୍ତ୍ୱେ କୌଣସି ବିଭାଗ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ୍,ଖଣି ବିଭଗ,ଜଙ୍ଗଲ ବିଭାଗ ଓ ଓଡ଼ାପଡ଼ା ତହସିଲ୍ କର୍ତ୍ତୃପକ୍ଷଙ୍କ ସହ ମାଫିଆମାନେ ସଲାସୁତୁରା କରି ଖଣି ଚଳାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମଧ୍ୟ ମାଫିଆଙ୍କ ସହ ହାତ ମିଳାଇଛନ୍ତି। ମାସିକିଆ ଅର୍ଥ କାରବାର ହେଇଥିବାରୁ ଯେତେ ଘଟଣା ଦୁର୍ଘଟଣା ଘଟିଲେ ମଧ୍ୟ ମାଫିଆଙ୍କ ବିରୋଧରେ କେହି ପାଟି ଖୋଲୁନାହାନ୍ତି। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଦିନକୁ ଦିନ ଖଣି ଚୋରା ବଢ଼ି ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପର୍ଲା ମଣ୍ଡିରେ ଧାନ ଉଠାଣ ମନ୍ଥର: ଖୋଲା ଆକାଶ ତଳେ ୧୮ ହଜାର କୁଇଣ୍ଟାଲ ଧାନ, ଗଜା ହେବା ଆଶଙ୍କା

Sunil Chandra Nayak

ଯୋଗୀମାରି ଠାରେ ପଞ୍ଚୁଦଣ୍ଡ ମହାମିଳନ

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!