ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୯ତମ ଓଡିଶା ଦିବସ ୨୦୨୪ ଓ ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ପ୍ରସ୍ତୁତି ବୈଠକ

୮୯ତମ ଓଡିଶା ଦିବସ ୨୦୨୪ ଓ ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ପ୍ରସ୍ତୁତି ବୈଠକ

    କେନ୍ଦ୍ରାପଡା, ତା୧୫.୦୩.୨୦୨୪ *:-* ଆଜି କେନ୍ଦ୍ରାପଡା ଜିଲ୍ଲା ସଦରମହକୁମାରେ ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ-୨୦୨୪ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ପୂର୍ବବର୍ଷ ଭଳି ସରସ ସୁନ୍ଦର ଭାବେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ସମସ୍ତଙ୍କ ସହଯୋଗ ଓ ସୁଚିନ୍ତିତ ମତାମତ କାମନା କରିଥିଲେ I କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ପରେ ସ୍ଥିର ହେଲା ଯେ, ଉତ୍କଳ ଦିବସ ଦିନ ପ୍ରତ୍ୟୁଷ ୪.୩୦ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରଦ୍ଵାରା ପୌରାଞ୍ଚଳରେ “ଉତ୍କଳ ଜନନୀ ପ୍ରୀତିମୂଳକ ”ସଙ୍ଗୀତ ପ୍ରଚାର କରାଯିବ I ସକାଳ ୭ଟା ସମୟରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନ, କେନ୍ଦ୍ରାପଡ଼ା ବ୍ଲକ ପରିସର, କୋର୍ଟ ପରିସର, କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ତୁଳସୀ ମହିଳା ମହାବିଦ୍ୟାଳୟରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ଵବାଧାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ଲକସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ I ବ୍ଲକ ସ୍ତରରେ କୃତିତ୍ଵ ହାସଲ କରିଥିବା କୃତିପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ଓଡିଆ ବକ୍ତୃତା, ଉତ୍କଳ ଜନନୀ ପ୍ରୀତିମୂଳକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବେ I ଉକ୍ତ ଦିବସରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବIଣିଜ୍ୟ ପ୍ରତିଷ୍ଠାନଗୁଡିକ ନିଜ ଖର୍ଚ୍ଚରେ ଆଲୋକ ସଜ୍ଜା କରାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା I ଉକ୍ତ ଦିନ ସନ୍ଧ୍ୟା ୬ ଘଟିକାରେ ମ୍ୟୁନିସପାଲିଟି ଟାଉନହାଲଠାରେ ସାଧାରଣସଭା, ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ I ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀମତୀ ଅନିତI ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୁରମା ମହାପାତ୍ର, ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ଶ୍ରୀ ରତିକାନ୍ତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ସହକାରୀ ନିର୍ବାହୀ ଯନ୍ତ୍ରୀ (ଜନସ୍ୱାସ୍ଥ୍ୟ) ଧୀରେନ୍ଦ୍ର କୁମାର ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଲୋକନାଥ ପାଣିଗ୍ରାହୀ, କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ରିଡର ରଞ୍ଜିତ କୁମାର ଦାସ, ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବ୍ରହ୍ମାନନ୍ଦ ସେଠୀ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରମୁଖ ଯୋଗ ଦେଇଥିଲେ I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ଵବାଧାନରେ ଆୟୋଜିତ ପ୍ରସୂତି ବୈଠକର ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ କାର୍ଯ୍ୟକ୍ରମର ବିବରଣୀ ପାଠ କରିବା ସହ ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

ବସ୍ତାରେ ବାଜପେୟୀଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

masiha

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!