ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

ଗୋଳାମୁଣ୍ଡା/୬/୪/ମସିହା/ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଝୁଲେନବର ଗ୍ରାମରେ ଯୁବକଙ୍କୁ ଟାଙ୍ଗିଆ ରେ ଆକ୍ରମଣ ଘଟଣା ,ଝୁଲେନବର ଠାରେ ଘଟିଛି ଅଭାବନୀୟ ଘଟଣା. ଛୁଆଙ୍କ କଳହ କୁ ନେଇ ଜଣେ ଯୁବକ ଙ୍କୁ ଟାଙ୍ଗିଆରେ ଆକ୍ରମଣ. ଟାଙ୍ଗିଆ ଆକ୍ରମଣ ରେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଙ୍କ ଦ୍ୱାରା ଉଦ୍ଧାର ହେଲେ ଜୁଝେଷ୍ଟିମାଝୀ ।ସୂଚନା ଯୋଗ୍ୟ ଯେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଝୁଲେନବର ଗ୍ରାମର ଜୁଝେଷ୍ଟି ମାଝୀ ଙ୍କୁ ସେହି ଗ୍ରାମର ସୁନ୍ଦର ମାଝୀ ଙ୍କ ପୁଅ ଧ୍ରୁବ ମାଝୀ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣାପଡୁଛି. ବେକକୁ ଟାଙ୍ଗିଆରେ ହାଣିବାକୁ ଚେଷ୍ଟା କରୁଥିବା ବେଳେ ଜୁଝେଷ୍ଟି ମାଝୀ ପଳେଇବାକୁ ଚେଷ୍ଟା କରୁଥିବା ବେଳେ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ସ୍ଥାନୀୟ ଲୋକ ଏ ସମ୍ପର୍କରେ ଗୋଲାମୁଣ୍ଡା ପୋଲିସ କୁ ସୂଚନା ଦେବା ସହ ଆମ୍ବୁଲାନ୍ସ କୁ ଯୋଗାଯୋଗ କଲାପରେ ତାଙ୍କୁ ପ୍ରଥମେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଥିଲେ. କାନ୍ଧରେ ଟାଙ୍ଗିଆ ଚୋଟ ବାଜିଥିବା ଯୋଗୁଁ ପ୍ରବଳ ରକ୍ତ ଶ୍ରାବ ହୋଇଥିଲା. ବର୍ତ୍ତମାନ ଗୋଲାମୁଣ୍ଡା ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛନ୍ତି.

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

Sunil Chandra Nayak

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

Sunil Chandra Nayak

Leave a Comment

error: Content is protected !!