ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଷ୍ଟାଡିୟମ୍ ରେ ଟର୍ଫ୍ ୱିକେଟ ରେ ଖେଳ ଆରମ୍ଭ

ନବରଙ୍ଗପୁର ଷ୍ଟାଡିୟମ୍ ରେ ଟର୍ଫ୍ ୱିକେଟ ରେ ଖେଳ ଆରମ୍ଭ

ନବରଙ୍ଗପୁର:( ୧୮|୩) ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କଳାହାଣ୍ଡି କପ୍ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା ବରିଷ୍ଠ କ୍ରିକେଟ ଟିମ୍ ଦଳ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ କ୍ରିକେଟ ଦଳ ଚୟନ ପାଇଁ ଟର୍ଫ ପିଚର ବ୍ୟବହାର କରାଯାଉଛି। ଏହି ଚୟନ ପ୍ରକ୍ରିୟାର ପ୍ରାରମ୍ଭିକ ମ୍ୟାଚର ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ଦେବାସିଷ ପଟ୍ଟନାୟକ, ଉପ ସଭାପତି ଶୁଭେନ୍ଦୁ ନାଥ ବେହେରା,ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ଜିଲ୍ଲା କ୍ରିକେଟ ସଂଘର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଚୟନ କର୍ତ୍ତା ଭାବରେ ଜିଲ୍ଲା କ୍ରିକେଟ ସଂଘ ର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଶ୍ରୀ ଅଶୋକ ନାୟକ ଏବଂ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଶ୍ରୀ ଲାଲ ମହମ୍ମଦ ଖାନ ଦାଇତ୍ୱ ତୁଲାଉଛନ୍ତି।ଏହି ଚୟନ ଶିବିରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଳକରୁ ଚୟନ ହୋଇଥିବା ୩୬ ଜଣ ଖେଳାଳୀଙ୍କ ମଧ୍ୟରୁ ୧୫ ଜଣିୟା ଚୂଡାନ୍ତ ଦଳ ଚୟନ କରାଯିବା ସହ ଦୁଇ ଜଣ ଖେଳାଳୀଙ୍କୁ ଷ୍ଟାଣ୍ଡବାଇରେ ରଖାଯିବ। କଟକ ଠାରେ ଓଡ଼ିଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା କଳାହାଣ୍ଡି କପ ନିମନ୍ତେ ବିଭିନ୍ନ ଗ୍ରୁପ କରାଯାଇଛି। ଏଥିରେ ନବରଙ୍ଗପୁର ଦଳ ସିଲ୍ଭର୍ ଏ ଦଳରେ ସ୍ଥାନିତ ହୋଇଛି । ନିଜର ପ୍ରଥମ ମ୍ୟାଚ ନୂଆପଡ଼ା ସହ ଏପ୍ରିଲ ଏକ ତାରିଖରେ ଅନୁଷ୍ଠିତ ହେବ ଏବଂ ଅନ୍ୟ ଦଳ ଭାବରେ ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଲ, ଗଜପତି ଏବଂ ମାଲକାନଗିରି ସହ ନବରଙ୍ଗପୁର ଦଳର ମୁକାବିଲା ହେବ ବୋଲି ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଚୟନ ପ୍ରକ୍ରିୟା ରେ କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଶଶାଙ୍କ ଶେଖର ବେହେରା, ଲମ୍ବୁ ସୌରା, ଦୁର୍ଯ୍ୟ ହରିଜନ, ଅଜିତା ଦାସ ସମେତ ଅନ୍ୟ ସମସ୍ତ ସଭ୍ୟ ସହଯୋଗ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

masiha

Leave a Comment

error: Content is protected !!