ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିଜମ ମିଡ଼ିଆ ର ବାର୍ଷିକ ଉତ୍ସବ

ପ୍ରିଜମ ମିଡ଼ିଆ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର ତା ୧୭/୩ଆଜି ଶତାବ୍ଦୀ କଳାକାର ମଣ୍ଡପ ଠାରେ ପ୍ରିଜମ ମିଡ଼ିଆ (ଡିଜିଟାଲ ଆର୍ଟ) ର ଦଶମ ବାର୍ଷିକ ଉତ୍ସବ ମହାସମାରହରେ ପାଳିତ ହୋଇ ଅଛି। ଏହି ଉତ୍ସବ ରେ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ, ମୁଖ୍ୟ ଅତିଥି, ଶ୍ରୀ ମୁରଲୀ ଧର ପରିଡ଼ା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ, ମୁଖ୍ୟ ବକ୍ତା ଓ ଶ୍ରୀ ଜୀବନ ପଣ୍ଡା, ଅଭିନେତା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ ହେବା ସହିତ ପ୍ରିଜମ ମିଡ଼ିଆ ର ଟେକ ରଖିବାକୁ ଆହ୍ବାନ ଦେଇ ଥିଲେ। ଶ୍ରୀ ପରିଡ଼ା ତାଙ୍କ ମନ୍ତବ୍ୟ ରେ କହିଥିଲେ କଳା, ସଙ୍ଗୀତ ସମାଜ ଗଠନ ରେ ଉଲ୍ଲେଖ ନିୟ ପଦକ୍ଷେପ ନେଇ ଥାଏ। ଶ୍ରୀ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଭଲ କଳାକାର ହେବା ପାଇଁ ଉପଦେଶ ଦେଇଥିଲେ। ଦିବାସ୍ୟ ନାୟକ ସୁନ୍ଦର ରୂପେ ମଞ୍ଚ ପରି ଚାଳନା କରିଥିଲେ। ପ୍ରିଜମ ମିଡ଼ିଆ ର ନିର୍ଦ୍ଦେଶକ ଶ୍ରୀ ରୁଦ୍ରେଶ୍ୱର ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

Sunil Chandra Nayak

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ 

masiha

Leave a Comment

error: Content is protected !!