ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୮/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ସ୍ବାଭିମାନ ମଞ୍ଚ ତରଫରୁ ବ୍ଲକ ସମ୍ମୁଖରେ ଥିବା ଶତପଥୀ ମାର୍ବଲ ଦୋକାନ ପରିସରରେ ଏକ ବୈଠକ ମଞ୍ଚର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ତା ୧୭/୩/୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ଖଇରାକୁ ଏନ୍ଏସି ଘୋଷଣା କରାଯାଇନଥିବା ପ୍ରତିବାଦରେ ଚଳିତ ମାସ ୬ ତାରିଖ ଠାରୁ ବ୍ଲକ ସମ୍ମୁଖରେ ପ୍ରତୀକ ଗଣଧାରଣାରେ ବିଭିନ୍ନ ଦଳ ଓ ସଂଗଠନ ବସିବା ପରେ ସରକାର ଖଇରାକୁ ଏନ୍ଏସି ଘୋଷଣା କରିଥିଲେ । ଯାହା ଖଇରା ବାସୀଙ୍କର ଦୀର୍ଘଦିନର ଦାବି ଥିଲା । ଏହି ଘୋଷଣା ପରେ ବିଜେଡି ଶାସକ ଦଳର ବହୁ କର୍ମୀ ମାନେ ଓ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଖଇରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯାଇଛି ବୋଲି ବାହା ବାହା ନେଉଥିଲେ ବୋଲି ଉପସ୍ଥିତ ଥିବା ଆଜିର ସ୍ବାଭିମାନ ମଞ୍ଚର ସ୍ଥାୟୀ ସଭାପତି, ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ତଥା ସ୍ବାଭିମାନ ମଞ୍ଚର ଆବାହକ ମୁକ୍ତିକାନ୍ତ ଶତପଥୀ, ସନ୍ତୋଷ କୁମାର ଶତପଥୀ, ସନ୍ତୋଷ କୁମାର ସାହୁ, ମତପ୍ରକାଶ କରିଥିଲେ । ହେଲେ ପ୍ରକୃତରେ ଏହି ଏନସି ଘୋଷଣା ହେବା ପଛରେ ସ୍ବାଭିମାନ ମଞ୍ଚର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟା ଫଳରେ ଆଜି ଖଇରାକୁ ଏନ୍ଏସି ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖଇରା ଅଞ୍ଚଳବାସୀ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଆଗାମୀ ଦିନରେ ସ୍ବାଭିମାନ ମଞ୍ଚକୁ କିପରି ଭାବରେ ପଞ୍ଜିକରଣ କରାଯିବ, ଆଉ ବାକି ଥିବା ଖଇରାରେ ସବ୍ ଟ୍ରେଜେରୀ, ଅଦାଲତ ପ୍ରତିଷ୍ଠା, ବାଲେଶ୍ଵରରୁ ନୀଳଗିରି ଖଇରା, ଆନନ୍ଦପୁର, ଘଟଗାଁ, କେନ୍ଦୁଝର ସଦର ମହକୁମା ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳପଥ ସମ୍ପ୍ରସାରଣ ମୁଖ୍ୟ ଦାବି ଗୁଡିକ ସ୍ବାଭିମାନ ମଞ୍ଚ ତରଫରୁ ରଖାଯିବ, ଏହି ସମୀକ୍ଷା ବୈଠକରେ ବିଭିନ୍ନ ଦଳରୁ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆବାହକ ମୁକ୍ତିକାନ୍ତ ଶତପଥୀ, ଅନାମ ଚରଣ ପଣ୍ଡା, ଅରୁଣ କୁମାର ସ୍ବାଇଁ, ସନ୍ତୋଷ କୁମାର ଶତପଥୀ, ସନ୍ତୋଷ କୁମାର ବିଶ୍ବାଳ, ରନ୍ନାକର ବିଶ୍ବାଳ, ଜନ୍ମେଜୟ ଶତପଥୀ, ରବିନ୍ଦ୍ର କୁମାର ବିଶ୍ବାଳ, ଗଜେନ୍ଦ୍ର ସେଠୀ, ସ୍ବାଭିମାନ ମଞ୍ଚର ସମ୍ପାଦକ ମାନସ କୁମାର ମହାପାତ୍ର, ବିଷ୍ଣୁ ପ୍ରସାଦ ସାହୁ, ଜଗତାନନ୍ଦ ମହାପାତ୍ର, ସନ୍ତୋଷ କୁମାର ସାହୁ, ଅଭିରାମ ମହାପାତ୍ର ନାରାୟଣ ପଣ୍ଡା, ଭଗବାନ ଦାସ, ପୂର୍ଣ୍ଣ ଚନ୍ଦ୍ର ମୁଖି ଓ ମଞ୍ଚ ତରଫରୁ ସମସ୍ତ ଅଞ୍ଚଳବାସୀ ଏବଂ ବ୍ୟବସାୟୀ ସଂଘକୁ ଶୁଭେଚ୍ଛା ଓ ଶୁଭକାମନା କରାଯାଇଥିଲା ।।

ଵାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

Sunil Chandra Nayak

ଗର୍ଜି ଉଠିଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ 

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!