ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ୨୧ ବର୍ଷ ର ଯୁବକ ଅନିକେତ୍ ହେଲେ ଦ୍ଵିତୀୟ 

୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ୨୧ ବର୍ଷ ର ଯୁବକ ଅନିକେତ୍ ହେଲେ ଦ୍ଵିତୀୟ 

ଡାବୁଗାଁ, ୧ ୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ରେଭିନ୍ୟୁଗୁଡା ର ପ୍ରଦୀପ୍ତ କୁମାର ଦାଶ ଙ୍କ ୨୧ ବର୍ଷ ର ପୁଅ ଅନିକେତ ଦାଶ ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମାନପତ୍ର ପାଇ ନବରଙ୍ଗପୁର ଜିଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲ ରେ ମାର୍ଚ୍ଚ ମାସ ୧୫,୧୬,୧୭ ତାରିଖ ତିନିଦିନ ଧରି ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ଚାଲିଥିଲା l ୧୭ ତାରିଖ ଦିନ ନବରଙ୍ଗପୁର ଜିଲା ଡାବୁଗାଁ ର ଅନିକେତ୍ ୫୫୦ କେଜି ଓଜନ ଉତ୍ତୋଳନ କରି ରାଜ୍ୟ ସ୍ତରରେ ଦ୍ଵିତୀୟ ହୋଇ ନବରଙ୍ଗପୁର ଜିଲାର ଟେକ ରଖିଛନ୍ତି l ଏଥିନେଇ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି l ସେ ଆହୁରି ଆଗକୁ ଉତ୍ତରୋତ୍ତର ଉନ୍ନତି କରନ୍ତୁ ଜିଲା, ରାଜ୍ୟ ଓ ଦେଶର ସୁନାମ ଆଣନ୍ତୁ ଓ ଦୀର୍ଘାୟୁ କରି ରଖନ୍ତୁ ଏହି କାମନା କରିଛନ୍ତି ସମସ୍ତ ଶୁଭେଚ୍ଛୁ ବୃନ୍ଦ l ଭଗବାନ ଅନିକେତ୍ କୁ ଶକ୍ତି ପ୍ରଦାନ କରନ୍ତୁ, ସେ ସବୁବେଳେ ଉନ୍ନତି ଦିଗରେ ବ୍ରତୀ ହେଇ ଉଠୁ l ପୁଅ ହେବ ତ ଏମିତି ବୋଲି ଚାରି ଆଡେ ଚର୍ଚ୍ଚା ହେଉଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ତାରିଣୀପଶି ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!