ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

କନ୍ଧମାଳ:ତା,୧୮/୦୩/୨୪:(ମନିସ): ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ ଦେବା ନେଇ ଚାଲିଛି ବିଚାର ବିମର୍ଶ। ବିଜେଡି ୨୦୨୪ ନିର୍ବାଚନ ପାଇଁ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମୈଦାନରେ ମାଳ ମାଳ ଆଶାୟୀ ଟିକେଟ ବଣ୍ଟନ ଅଙ୍କକୁ ଆହୁରି ଜଟିଳ କରୁଛନ୍ତି। ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରାଯିବ ଏବଂ ଷଷ୍ଠ ପାଳିରେ ରେକର୍ଡ ସଂଖ୍ୟକ ସିଟ୍ ହାତେଇବ ତା ଉପରେ ଗୁରୁତ୍ୱ ଦେଉଛି ଶାସକ ଦଳ। ସେପଟେ ବିଜେପି ମଧ୍ୟ ଯେଉଁସବୁ ଅଞ୍ଚଳରେ ଗତ ନିର୍ବାଚନରେ କଡ଼ା ମୁକାବିଲା ଦେଇଥିଲା ସେଠି କୋର୍ସ କରେକସନ୍ କରି ଦଳ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ସଂଗଠନ ଓ ବିଜୟ ଦକ୍ଷତା ଥିବା ପ୍ରାର୍ଥୀଙ୍କ ନାଁକୁ ନିର୍ବାଚନ କମିଟି ସୁପାରିଶ କରିଛି। ଉଭୟ ବିଜେଡି ଓ ବିଜେପି ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଉ ଏପଟେ ରାଜ୍ୟ କଂଗ୍ରେସ ଚାହିଁଛି ବିଜେଡି ଓ ବିଜେପି ମେଣ୍ଟ ଖବରକୁ। ସ୍କ୍ରିନିଂ କମିଟି ବୈଠକ ହୋଇ ପ୍ରାର୍ଥୀ ଚୁଡାନ୍ତ ହୋଇଥିଲେ ବି ଏଯାଏ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ । ଯେହେତୁ ଦଳର ସଂଗଠନ ଦୁର୍ବଳ ରହିଛି ସେଥିପାଇଁ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ନେଇ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ପ୍ରସ୍ତୁତି ଚଳାଇଛି ହାତ ଦଳ। ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଯୋଦ୍ଧା ଚୟନ ଉପରେ ଏବେ ସବୁ ଦଳର ଫୋକସ୍। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡି ପାଇଁ ବେଶି ଅଡୁଆ କରୁଛି ଟିକେଟ୍ ଟେନସନ୍। ମେ ୨୦ରେ କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡ଼ିବ। ହାତରେ ସମୟ କମ୍ ଥିବାରୁ ଦଳୀୟ କନ୍ଦଳକୁ ଦୂର କରି ଟିକେଟ ତାଲିକା ଚୂଡାନ୍ତ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଗୁଡକ ପ୍ରସ୍ତୁତି କରୁଛନ୍ତି। ତେବେ ବିଦ୍ରୋହକୁ ପ୍ରଶମିତ କରି ଟିକେଟ ବାଣ୍ଟିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼ 

masiha

ବାଜପାୟୀଙ୍କ ଜନ୍ମ ଜୟନ୍ତୀ କୁ ସୁଶାସନ ଦିବସ ରୂପେ ପାଳନ କଲା ବିଜେପି 

masiha

କଂଗ୍ରେସ ଦଳର ପ୍ରଚାର ପ୍ରସାର ଦେଖି ଅନ୍ୟ ଦଳ ଛାନିଆ

masiha

Leave a Comment

error: Content is protected !!