ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରେଳ ସିଗନାଲ ଖୁଣ୍ଟିକୁ ଧକ୍କା ଦେଇ ତିନି ଯୁବକ ଗୁରୁତର

ଭାରସାମ୍ୟ ହରାଇ ରେଳ ସିଗନାଲ ଖୁଣ୍ଟିକୁ ଧକ୍କା ଦେଇ ତିନି ଯୁବକ ଗୁରୁତର

 ବସ୍ତା,18/03 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ ରେଳ ଫାଟକ ସିଗନାଲ ଖୁଣ୍ଟି ଧକ୍କା ଦେଇ ତିନିଜଣ ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସୋମବାର ଭୋର ସମୟରେ ଦେବସୋଳ ମେଳାରୁ ସିଂଲା ଥାନା ସାମରାଇ ପୁର ଗ୍ରାମର ତିନି ଯୁବକ ବାଇକ୍ ଯୋଗେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅମର୍ଦ୍ଦାରୋଡ ରେଳ ଫାଟକ ସିଗନାଲ ଖୁଣ୍ଟିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତିନି ଯୁବକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ପଠାଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଗୁରୁତର ଯୁବକଙ୍କ କୌଣସି ପରିଚୟ ମିଳିନଥିବା ପୋଲିସ ପକ୍ଷରୁ ସନ୍ଧ୍ୟା ସମୟରେ ସୂଚନା ମିଳିଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

masiha

ୱାର୍ଡ ନଂ୧୨ରେ ଏନଏସି ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମ

masiha

ଜୁନାପାଣି ଗ୍ରାମରେ ଦଶହରା ବଜାର 

masiha

Leave a Comment

error: Content is protected !!