ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

ନର୍ଲା /ମସିହା/21/04/24 // ନର୍ଲା ବିଜେପି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ନର୍ଲା ସ୍ଥିତ ଜିତୁ କମ୍ପ୍ଲେସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଅଧ୍ୟ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାରା 400 ପାର କୁ କିପରି ଫଳପ୍ରଦ କରିବା ଏବଂ ନିର୍ବାଚନ ପାଇଁ ପ୍ରସ୍ତୁତି ନିମନ୍ତେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ ବୁଦ୍ଧିଆ,କଳାହାଣ୍ଡି ଲୋକସଭା ବିସ୍ତାରକ ,ଜିଲ୍ଲା ଉପସଭାପତି ଭାବେନ୍ଦ୍ର ପଣ୍ଡା, ଅନିରୁଦ୍ଧ ପଧାନ, ନମିତାରାଣୀ ସାହୁ, ପ୍ରଶାନ୍ତ ସାହୁ, ଗୋଦାବରୀଶ ମହାପାତ୍ର, ସରପଞ୍ଚ ପଦ୍ମ ଲୋଚନ ଜାଲ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇ ଥିଲେ l

ଦୀପକ ଠାକୁର, ନର୍ଲା

Related posts

ବିଜେପି ର ବନ୍ଧୁଗାଁ ବ୍ଲକ ଘେରାଉ 

masiha

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ

Sunil Chandra Nayak

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର 

masiha

Leave a Comment

error: Content is protected !!