ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୁଣବଳଦାରେ ପ୍ରିମିୟର ଲିଗ ସିଜିନ ୧ ଉଦଘାଟିତ

ଜୁଣବଳଦାରେ ପ୍ରିମିୟର ଲିଗ ସିଜିନ ୧ ଉଦଘାଟିତ

ବସ୍ତା,23/03 :ବସ୍ତା ବ୍ଲକ୍ କୁଳିଦା ପଂଚାୟତ ଅନ୍ତର୍ଗତ ଜୁଣବଳଦା ରେ ୟଥକ୍ଲବ ଦ୍ବାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ ଶନିବାର ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ କୁଳିଦା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସେନାପତି, ସରପଞ୍ଚ ଅର୍ନପୂର୍ଣ୍ଣା ସେନାପତି, ନାଏବ ସରପଞ୍ଚ ଅରବିନ୍ଦ ପ୍ରଧାନ, ସୁଦର୍ଶନ ଦଳାଇ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ 6ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ ରାଧିକା ୱାରୀୟସ ଓ ଶୁଭମ ଏକ୍ସଆଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମ ମ୍ୟାଚରେ ରାଧିକା ୱାରୀୟସ ଟସ୍ ଜିତି ନିର୍ଦ୍ଧାରିତ ୧୦ ଓଭରରେ 6 ଓ୍ବିକେଟ ହରାଇ 163ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା lଦ୍ବିତୀୟ ମ୍ୟାଚ୍ ଆଇ ଏମସି ଓ ଏସଆର ଇଗଲ ମଧ୍ୟରେ ହୋଇଥିବା ବେଳେ ଏସଆର ଇଗଲ ବିଜୟୀ ହୋଇଥିଲା।ସେହିପରି ଆଜିର ଅନ୍ତିମ ମ୍ୟାଚ କେଏସପି ସୁପର ଜଏଣ୍ଟସ ଓ ଏସଏସ ଏକ୍ସଆଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଏସଏସ ଏକ୍ସଆଇ ବିଜୟୀ ହୋଇଥିଲା। ଅମ୍ପାୟାର ସୁଧୀର କୁମାର ଦଳାଇ ନେତ୍ରାନନ୍ଦ ଦଳାଇ, କାଁହୁ ଦାସ ଓ ରାଜୁ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ l ଜିକୁ ସେନାପତି, ଉପେନ୍ଦ୍ର ମହାନ୍ତି, ବିକାଶ ଦଳାଇ, ବିନୋଦ ଦଳାଇ, ଜଗନ୍ନାଥ ଦେ, ଦେବୁ ଦଳାଇ, ସିଟୁ ଦଳାଇ ସମେତ କ୍ଳବର ସମସ୍ତ ସଦସ୍ୟ ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

Sunil Chandra Nayak

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!