ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ

ନୂଆପଡା ଜିଲ୍ଲା କୋମନା ବ୍ଲକ ର ତିନି ଟି ମଣ୍ଡଳ ଯଥା ସୁନାଦେଇ,ବଂଜାରୀ ,ପାତାଳେଶ୍ୱର ର ଶତାଧିକ କାର୍ଯ୍ୟକାର୍ତ୍ତା ଓ ନେତୃମଣ୍ଡଳୀ କୁରୁମପୁରୀ ନିକଟସ୍ଥ ଦଲଦଲି ଗ୍ରାମର କପା ଜିନିଂ ମିଲ ପ୍ରାଙ୍ଗଣରେ ବିଜେପି ର୍ ବୟାଲିସ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାର୍ଟି ର ପୂର୍ବତନ ସଭାପତି ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରସନ୍ନ ପାଢ଼ୀ, ଅନୁସୂଚିତ ଜାତି ମୋର୍ଚ୍ଚର ଉପସଭାପତି ଶ୍ରୀ ମନିଜର ଆର୍ଯ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତୁଳସ ପଟେଲ,ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଜ୍ଞାନେଶ୍ୱର ମାଝୀ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଶଙ୍କର ଦୁରିଆ,ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସଦା ନନ୍ଦ ଯୋଶୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ମଞ୍ଚାସିନ ହୋଇଥିଲେ।ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପାର୍ଟିର ଧ୍ଵଜ ଉତ୍ତୋଳନ କରି ଭାରତ ମାତା ଓ ପୂଜ୍ୟ ପୂଜାକରି ଟିଭି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସ୍ଥାପନା ଦିବସ ଉପଲକ୍ଷେ ପ୍ରଦତ୍ତ ବାର୍ତ୍ତା କୁ ଦେଖିଥିଲେ ତଥା ଶୁଣିଥିଲେ। ଏହାପରେ ଶ୍ରୀ ଯଦୁମଣି ପାଣିଗ୍ରାହୀ ଓ ଶ୍ରୀ ପ୍ରସନ୍ନ ପାଢ଼ୀ ସ୍ଥାପନା ଦିବସ ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଆଗାମୀ ୧୪ଏପ୍ରିଲ ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ଚନ୍ଦନ ଠାକୁର,ପ୍ରବୀଣ ଭୋଇ,ପପ୍ପୁ ଦୁରିଆ,ଗୋପବନ୍ଧୁ ସୁନାନୀ, ସହଦେଵ ପ୍ରଧାନ,ଶଙ୍କର ଅହୀର,ଯଶୋ ମାଝୀ, ଶୋଭା ପଟେଲ,ଗୁଲାପ ଭାଇ,ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

Sunil Chandra Nayak

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!