ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶୁଭ ଦୀପାବଳି

ଶୁଭ ଦୀପାବଳି

ମାନଗୋବିନ୍ଦ ସ୍ବାଇଁ

ଶୁଭ ଦୀପାବଳି ଆଲୋକ ପରବ
        ଅନ୍ୟାୟ ଶେଷ ସମସ୍ତ
ଅଯୋଧ୍ୟା ନରେଶ ଶାସନ ଗାଦିରେ
    ହେଲେ ରାଜ୍ୟ ଭାର ପ୍ରାପ୍ତ।
ପ୍ରଜା ଗଣ ଖୁସି ଅଯୋଧ୍ୟାର ରାମ
      ପ୍ରଜାଙ୍କୁ କଲେ ମଙ୍ଗଳ
ଅଯୋଧ୍ୟା ଶାସନ ସୁବିଚାର ଚାଲେ
        ସମସ୍ତ ଖୁସି ସମ୍ବଳ।
ପୟା ଶ୍ରଦ୍ଧ ଦେଇ ପିତୃ ପୁରୁଷଙ୍କୁ
    ଦୀପାବଳି ସ୍ମୃତି ଡାକ
ଆଲୋକରେ ଆସ ଆନ୍ଧରରେ ଯାଓ
   ବାଇଶି ପାହାଚ ଡାକ।
ଆଲୋକର ପର୍ବ ପାଳନ ସରବେ
    ପ୍ରତି ଘର ପିଠା ପଣା
ବାଣ ଫୁଟା ମଜା ହୋଇଥାଏ ତାଜା
    ଆନନ୍ଦ ନବ ଠିକଣା।
ଆଲୋକ ପରବ ପ୍ରତି ବର୍ଷ ପାଳୁ
      ସ୍ମୃତି ରହେ ଚିରଦିନ
ମନ ପଡୁଥିବ ସଦା ଦିନ ରାତି
     ସ୍ମୃତି ଆମ ଭଗବାନ।
 ଧୂପ ଦୀପ ଦେଇ ପୂଜା ବିଧି କରି
    ତାଙ୍କ ନାମ ଯେ ସ୍ମରଣ
ଶାନ୍ତିର କାମନା ଭକ୍ତିର ପ୍ରାର୍ଥନା
     ପାଦରେ କରୁ ପ୍ରଣାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

Sunil Chandra Nayak

କଂଗ୍ରେସ ପ୍ରତିନିଧି ଦଳଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!