ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ;

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

ଲାଞ୍ଜିଗଡ଼,୨୪/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡା ନିକଟରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେବା ଘଟଣାରେ ଚିକିତ୍ସାଧୀନ ଭାବେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଲୋକଙ୍କ ରାସ୍ତାରୋକ ଯୋଗୁଁ ଲାଞ୍ଜିଗଡ-ବିଶ୍ୱନାଥପୁର ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଲାଞ୍ଜିଗଡ଼ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ପୁଲିସବାହିନୀ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଏକ ବାଇକ ଲାଞ୍ଜିଗଡ଼ ଆଶ୍ରମ ପଡାର ସନ୍ତୋଷ ମୁଣ୍ଡା (୫୫)ଙ୍କୁ ପଛପଟୁ ଧକ୍କା ଦେଇ ପୋଖରୀ ନିକଟସ୍ଥ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ସନ୍ତୋଷ ଗୁରୁତର ହୋଇପଡିଥିବାବେଳେ ବାଇକ ଚାଳକ ଲାଞ୍ଜିଗଡ଼ର ରିଙ୍କୁ ମହାନ୍ତି(୨୮) ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୃଦ୍ଧ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସେଠାରୁ ଶବ ଅଣାଯିବା ପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଆଶ୍ରମପଡା ନିକଟରେ ରାସ୍ତାରୋକ କରିଥିଲେ। ଦୀର୍ଘ ତିନିଘଣ୍ଟା ପରେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଏକ ଲକ୍ଷ ଟଙ୍କା, ରେଡକ୍ରସରୁ ୧୦ ହଜାର, ଲାଞ୍ଜିଗଡ଼ ବିଧାୟକଙ୍କ ତରଫରୁ ୧୦ ହଜାର, ଲାଞ୍ଜିଗଡ଼ ଥାନାଧିକାରୀଙ୍କ ତରଫରୁ ୧୦ ହଜାର, ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କାର ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଲୋକେ ଶବ ଉଠାଇବା ସହିତ ରାସ୍ତାରୋକ ହଟିଛି। ଏନେଇ ଲାଞ୍ଜିଗଡ଼ ଥାନାରେ କେସ ନଂ ୩୬/୨୪ରେ ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ରିଙ୍କୁଙ୍କୁ ମଧ୍ୟ ଗୁରୁତର ଭାବେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବିଶୋଇ ପୋଲିସ ଯନ୍ତାରେ ୭ ଜୁଆଡି

masiha

ବାଇକ୍ ଚୋର ଧରିପଡିବା ପରେ ପୁଲିସ୍ କୁ ହସ୍ତାନ୍ତର କଲେ ଲୋକେ 

ଅଜଣା ଗାଡି ଧକ୍କାରେ ବୃଦ୍ଧ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!