ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

ଲାଞ୍ଜିଗଡ,୨୫/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି। ଏହିଭଳି ଭାବେ ଆଜି ସନ୍ଧ୍ୟା ୭.୩୦ ମିନିଟ ସମୟରେ ରାୟଗଡା ଜିଲ୍ଲା ଅମ୍ବାଦଳାରୁ ଦୁଇଜଣ ବ୍ୟକ୍ତି ନିଜ ଗାଁ ଲାଞ୍ଜିଗଡରୋଡ଼ ପଂଚାୟତ ମାଡିବନ୍ଧାକୁ ବାଇକ ଯୋଗେ ଫେରୁଥିବାବେଳେ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀ ଦୀନବନ୍ଧୁ ଗଉଡ଼(୪୫)ଙ୍କ ଘଟଣା ସ୍ଥଳରେ ଜୀବନ ଯାଇଥିବାବେଳେ ପଛରେ ବସିଥିବା ଡମୁ ଗଉଡ଼(୪୭)ଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବିଶ୍ୱନାଥପୁର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ପୁଲିସ ବାହିନୀ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।  

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ନାବାଳିକାଙ୍କ ମୃତ ଶରୀର କୂଅ ରୁ ଉଦ୍ଧାର, ହତ୍ୟା ଅଭିଯୋଗ

masiha

ପଟ୍ଟା ଜାଗାରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ |ଅଭିଯୋଗ କଲେ ଜମି ମାଲିକକୁ ମିଲୁଛି ଧମକ 

masiha

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

masiha

Leave a Comment

error: Content is protected !!