ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋଭାଯାତ୍ରା ଓ ପ୍ରତିଯୋଗିତା ମାଧ୍ୟମରେ ସହୀଦ ଦିବସ ପାଳନ

ଶୋଭାଯାତ୍ରା ଓ ପ୍ରତିଯୋଗିତା ମାଧ୍ୟମରେ ସହୀଦ ଦିବସ ପାଳନ

ରାଉରକେଲା:ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିଯୋଗିତା ମାଧ୍ୟମରେ ସହୀଦ ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ-ଏନ୍‌ସିସି ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ସଞ୍ଚାଳନ କରିଥିଲେ ଏନ୍‌ସିସିର ଭାରପ୍ରାପ୍ତ ଅଧିକାରୀ ତଥା ଶାରୀରୀକ ଶିକ୍ଷା ଅଧ୍ୟାପିକା କ୍ୟାପ୍‌ଟେନ ମୀନା ଦାସ। ଏଥିରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବୀତ୍‌ ଡ ସମର ମୁଦାଲି ଯୋଗଦେଇ ସହୀଦ ଦିବସ ପାଳନ ଅବସରରେ ସହୀଦ ଭଗତ ସିଂ ୨୩ ବର୍ଷ ବୟସରେ ଦେଶପାଇଁ ଲଢ଼ି ଉପନିବେଶ ବାଦୀ ଇଂରେଜ ମାନଙ୍କ ଦ୍ୱାରା ଫାଶୀ ଖୁଣ୍ଟରେ ହସି ହସି ହସି ଝୁଲିବା କଥା ସ୍ମରଣ କରାଇବା ସହ ତାଙ୍କ ସହ ତାଙ୍କ ସହଯୋଗୀ ଚନ୍ଦ୍ରଶେଖର ଆଜାଦ ଓ ଶିବରାମ ରାଜଗୁରୁଙ୍କ ଫାଶୀ ଦଣ୍ଡ କଥା କହିଥିଲେ। ପ୍ରଫେସର ଡ ବେହେରା ତାଙ୍କ ବକ୍ତବ୍ୟରେ ସହୀଦ ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ରାଉରକେଲାରେ ଅବସ୍ଥାପିତ ଏନ୍‌ସିସିର ୯ମ ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେଫେଟେନାଣ୍ଟ କର୍ଣ୍ଣେଲ ଏସ୍‌ ସି କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ ମୁତାବକ ପାଳନ ହୋଇଥିବା ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସହୀଦ ଦିବସକୁ ସ୍ମରଣୀୟ କରିବା ପାଇଁ ସ୍ଳୋଗାନ ଓ ପ୍ରାଚୀରପତ୍ର ପ୍ରତିଯୋଗିତା ହୋଇଥିଲା। ଦେଶପ୍ରେମର ଭାବନାକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ସ୍ଳୋଗାନ ବର୍ଗରେ ମୁସକାନ ସିଂହ, ଜ୍ୟୋତିର୍ମୟୀ ବେହେରା ଓ ସୁକନ୍ୟା ବେହେରା ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିଲେ। ସେହିଭଳି ପ୍ରାଚୀରପତ୍ର ବର୍ଗରେ ସୁଗନ୍ଧିତା ମହାନ୍ତି, ଜ୍ୟୋତିର୍ମୟୀ ବେହେରା ଓ ସୁକନ୍ୟା ବେହେରା ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ସହିତ ଏହି ଅବସରରେ ମହାବିଦ୍ୟାଳୟର ଚତୁପାର୍ଶ୍ୱରେ ଥିବା ରାସ୍ତାରେ ସହୀଦ ଦିବସ ପଳନ ସମ୍ପର୍କୀତ ବାର୍ତ୍ତା ନେଇ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ମାୟାଧର ବାରିକ, ଇତିହାସ ବିଭାଗର ମୁଖ୍ୟ ବାସନ୍ତୀ କୁଜୁର, ଶିକ୍ଷା ବିଭାଗର ମୁଖ୍ୟ ଲଳିତା ମୁକ୍ତା ବାର୍ଲାଙ୍କ ସମେତ ରସାୟନ ବିଭାଗର ମୁଖ୍ୟ ଡ ସସ୍ମିତା ସାମଲ ପ୍ରମୁଖ ଯୋଗଦେଇ ସହୀଦ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

masiha

ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟରେ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!