ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଚଡିଏଫସି ବ୍ୟାଙ୍କ ଜୁନାଗଡ଼ ଶାଖା ଉଦଘାଟିତ

ଏଚଡିଏଫସି ବ୍ୟାଙ୍କ ଜୁନାଗଡ଼ ଶାଖା ଉଦଘାଟିତ

ଜୁନାଗଡ଼, ୨୭/୩(ମ ନି ସ) ଜୁନାଗଡ଼ ସହରରେ ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି।ସହରର ମୁଖ୍ୟ ରାସ୍ତାରେ ଏହି ବ୍ୟାଙ୍କ ଶାଖାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର,ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ବିଡ଼ିଓ ଦେବାଶିଷ କର, ବ୍ୟାଙ୍କ କଲଷ୍ଟର ହେଡ ଅମିତାଭ ରାଉତରାୟ, ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ବ୍ୟାଙ୍କ ହେବାଦ୍ୱାର ଜୁନାଗଡ଼ ପରି ବ୍ୟବସାୟିକ ସହରରେ ,ଚାଷୀ ମହିଳା ଓ ବ୍ୟବସାୟୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଶାଖା ଜିଲ୍ଲାର ଚତୁର୍ଥ ଶାଖା ଅଟେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶାଖା ପରିଚାଳକ ଚିତ୍ତରଞ୍ଜନ ବୁଡେକ।ଏହି ଉଦଘାଟନୀ ଦିବସରେ ଅନେକ ବ୍ୟବସାୟୀ ନୂତନ ଖାତା ଖୋଲି ନିଜର ଲାଭ ଉଠାଇଥିଲେ।ଜୁନାଗଡ଼ର ବିଶିଷ୍ଟ ବ୍ୟବସାୟୀ ଦୁର୍ଗାପ୍ରସାଦ ନାଏକ, ଲଳିତ ଅଗ୍ରୱାଲ, ଦୁର୍ଗା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ୟାଙ୍କ ଶାଖାର କର୍ମଚାରୀ ସମୂହ ଏଥିରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

masiha

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

Sunil Chandra Nayak

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!