ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରାରେ କାମାକ୍ଷା ଏନଏସି ର ୨ ଥର ତଣ୍ଟିଚିପା ଟିକସ ଆଦାୟ …ବିରୋଧରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉଠା ବ୍ୟବସାୟୀଙ୍କ ଦାବିପତ୍ର

ଦଶହରାରେ କାମାକ୍ଷା ଏନଏସି ର ୨ ଥର ତଣ୍ଟିଚିପା ଟିକସ ଆଦାୟ …ବିରୋଧରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉଠା ବ୍ୟବସାୟୀଙ୍କ ଦାବିପତ୍ର

କାମାକ୍ଷାନଗର (ମନିସ)15/10/25 — କାମାକ୍ଷାନଗର ଦଶହରା ଅବସରରେ ବସିଥିବା ଉଠାଦୋକାନୀ ମାନଙ୍କ ଠାରୁ ଏନଏସି କର୍ତ୍ତୃପକ୍ଷ ତଣ୍ଟିଚିପା ଟିକସ ଆଦାୟ କରିଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଉଠା ଦୋକାନୀ ବେପାରୀ ସଂଘ ପକ୍ଷରୁ ଦୁଇ ଥର ଟିକସ ଆଦାୟ ବିରୋଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l କାମାକ୍ଷାନଗରରେ ଗତ ଦଶହରା ଅବସରରେ ସହରରେ ଉଠା ଦୋକାନୀ ମାନେ ପ୍ରତି ବର୍ଷ ପରି ଚଳିତ ବର୍ଷ ସେମାନଙ୍କ ପସରା ମେଲାଇ ବସିଥିଲେ l ଏନଏସି ପକ୍ଷରୁ କର୍ମଚାରୀମାନେ ଦଶହରା ୩ ଦିନ ସକାଶେ ଶହେ ଟଙ୍କା ରୁ ଦୁଇଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିଲେ। ଏନଏସି ପକ୍ଷରୁ ବାର୍ଷିକ ନିଲାମ ନେଇଥିଵା ଭେଣ୍ଡର ମଧ୍ୟ ଦୈନିକ ପଚାଶ ଟଙ୍କା ଆଦାୟ କରିଥିଲେ l ପୁଣି ଝାଡୁଦାର ମଧ୍ୟ ମନ ଇଚ୍ଛା ଟଙ୍କା ଆଦାୟ କରିଥିଲେ l ଏହାର ପ୍ରତିବାଦ ରେ ଉଠା ଦୋକାନୀ ବ୍ୟବସାୟିମାନେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେଇଥିଲେ l କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ରଙ୍କୁ ଦାବିପତ୍ର ଦେଇ ଥିଲେ l ଏପରି ଘଟଣାରେ ଦୁଇ ଦୁଇ ଥର ଟିକସ ସଂଗ୍ରହ ବ୍ୟବସ୍ଥା ଲାଗୁ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ

Sunil Chandra Nayak

ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!