ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

ଡାବୁଗାଁ, ୧୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ଏକ ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଆମ ଅଞ୍ଚଳରେ ଜଳବାୟୁ କିପରି ଅନୁକୂଳ କରିବା, ଏଥିରେ ଗ୍ରାମ ପଞ୍ଚାୟତ ର ଭୂମିକା, ସଚେତନତା ସୃଷ୍ଟି କରିବା ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନାରେ ସାମିଲ କରିବା ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକଇର ଅର୍ଜୁନ ଭତ୍ରା, ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ସମିତି ସଭ୍ୟ ୧ ଜଣ, ୱାର୍ଡ ସଭ୍ୟ ୧ ଜଣ ଓ ଅଙ୍ଗନୱାଡି କର୍ମୀ ୬୦ ଜଣ ମୋଟ ୭୦ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ | ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ପୂର୍ବରୁ ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ଯୋଗାଣ ନିରିକ୍ଷକ ଓ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ବରୁ ଜିଲାରେ ତାଲିମ ନେଇଥିଲେ | ଏହି ୨ ଅଧିକାରୀ ବ୍ଲକରେ ତାଲିମ ଦେବାର ଥିଲା କିନ୍ତୁ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ | ଯାହା ଫଳରେ କିଛି ଅଂଶରେ ତାଲିମ ବାଧାପ୍ରାପ୍ତ | ଯଦି ଏହି ୨ ଅଧିକାରୀ ବ୍ଲକରେ ତାଲିମ ଦେଇପାରିବେ ନାହିଁ ତାହାଲେ ଜିଲା ରେ ହୋଇଥିବା ତାଲିମ କାହିଁକି ନେଇଥିଲେ ବୋଲି ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା | ଏନେଇ ଜିଲାପାଳ ଓ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏଥିପ୍ରତି ଦ୍ରୁଷ୍ଟି ଦେବା ଜରୁରୀ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Soorya Krishnamoorthy to be coveted with 15th Bharat Muni Samman.

masiha

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

masiha

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ

Sunil Chandra Nayak

Leave a Comment

error: Content is protected !!