ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ରୁ ପ୍ରତାପ, ମହାକାଳପଡ଼ାରୁ ଅତନୁ ରାଜନଗରରୁ ଧ୍ରୁବ ଓ ପାଟକୁରାରୁ ଅରବିନ୍ଦ ବିଜେଡି ର ବିଧାୟକ ପ୍ରାର୍ଥୀ ଘୋଷଣା

କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ରୁ ପ୍ରତାପ, ମହାକାଳପଡ଼ାରୁ ଅତନୁ ରାଜନଗରରୁ ଧ୍ରୁବ ଓ ପାଟକୁରାରୁ ଅରବିନ୍ଦ ବିଜେଡି ର ବିଧାୟକ ପ୍ରାର୍ଥୀ ଘୋଷଣା

କେନ୍ଦ୍ରାପଡ଼ା,: କେନ୍ଦ୍ରାପଡ଼ା ଲୋକସଭା ସମେତ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜେଡି I ଲୋକସଭା ଓ ଗୋଟିଏ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇଛି। ସାଂସଦ ଅନୁଭବ ଙ୍କୁ ବାଦ୍ ଦେଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି I ଦୁଇ ଦିନ ପୂର୍ବରୁ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ନାଁ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଥିବା ବେଳେ ଆଜି ଅଂଶୁମାନ ମଇଦାନକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପ୍ରତି ଯୋଗିତା ସ୍ପଷ୍ଟ ହୋଇଛି।ଅଂଶୁମାନ ୨୦୧୪ରୁ ୨୦୧୯ ମସିହା ଯାଏରାଜନଗରନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅଂଶୁମାନ ତାଙ୍କ ବାପା ତଥା ରାଜନଗରର ଅପ୍ରତିଦ୍ୱନ୍ତି ନେତା ଦିବଂଗତ ନଳିନୀକାନ୍ତ ମହାନ୍ତି ଙ୍କ ବିୟୋଗ ପରେ ୨୦୧୨ ମସିହାରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ । ସ୍ୱର୍ଗତ ନେତା ନଳିନୀକାନ୍ତ ମହାନ୍ତି ରାଜନଗର ନିର୍ବାଚନ ମଣ୍ଡଳୀରୁ ସର୍ବାଧ‌ିକ ଥର ନିର୍ବାଚିତ ହୋଇଛନ୍ତି। ସେ ୧୯୭୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ୭ ଥର ବିଧାୟକ ଭାବେ ବିଜୟ ଭାର୍ ଗ୍ରହଣ କରିଥିଲେ । ରାଜ୍ୟ ମନ୍ତି ମଣ୍ଡଳରେ ଏକାଧ‌ିକ ବାର ବହୁ ଗୁରୁତ୍ଵପୂର୍ଣ ଦାୟିତ୍ୱରେ ଥିଲେ । ଉଭୟ ପ୍ରଦାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ କାବିନେଟ ରେ ସ୍ଥାନ ପାଇଥିଲେ । ନିକଟ ଅତୀତ ରେ ଅଂଶୁମାନ ବିଜେଡିରେ ଯୋଗ ଦେଇଥିଲେ। ତେବେ ସେ ବିଜେଡିରେ ଯୋଗଦନ କରିବା ପରଠାରୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ କୁ ନେଇ ସଂଚୟ ସୃଷ୍ଟି ହୋଇଥିଲା। ଉଭୟ ଅଂଶୁମାନ ଓ ଧ୍ରୁବଙ୍କ ଶିବିର ଦାବି କରିଆସୁଥିଲେ ଯେ ତାଙ୍କ ନେତାଙ୍କୁ ହିଁ ବିଧାନସଭା ଟିକେଟ୍ ମିଳିବ। ଆଜି ରାଜନଗର ପାଇଁ ବିଧାୟକ ଧ୍ରୁବ ସାହୁଙ୍କ ନାଁ ଦଳ ଘୋଷଣା କଟିବା କିଛି । ୨୦୧୪ ମସିହାରେ ଅଲେଖ ଜେନା ଦଳୀୟ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଥିବା ବେଳେ ଶେଷ ମୁହୂର୍ତ୍ତ ରେ ଧ୍ରୁବଙ୍କୁ ଟିକଟ୍ ମିଳିଥିଲା ଓ ଧ୍ରୁବ ନିର୍ବାଚନରେ ପ୍ରତିବ‌ର୍ଦ୍ଦିତା କରି ହାରି ଯାଇଥିଲେ। ଅଲେଖ ପ୍ରାର୍ଥିପତ୍ର ଦାଖଲ କରିବାକୁ ସଜବାଜ ହେଇଥିବା ବେଳେ ଅତୀତ ସମୟରେ ଧ୍ରୁବ ହିଁ ବିଜେଡିରୁ ଲଢ଼ିବେ ବୋଲି ଦଳ ସ୍ପଷ୍ଟ କରିଥିଲା । ବିଗତ ୫୦ ବର୍ଷ ଧରି କେନ୍ଦ୍ରାପଡ଼ାରେ ଆଧୁପତ୍ୟ ବିସ୍ତାର କରିଆସିଥିବା ଅଗ୍ରୱାଲ ପରିବାରକୁ ପ୍ରଥମ ଥର ପାଇଁ ଟିକଟରୁ ବଞ୍ଚିତ କରିଛି ଦଳ । ନିକଟରେ ବିଜେଡିରେ ମିଶିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ବର୍ତ୍ତମାନର ପାଟକୁରା ବିଧାୟିକା ତଥା ତଥା ଦିବଂଗତ ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ର ୱାଲ ଙ୍କୁ ବୟସ ଅଧିକ କାରଣରୁ ଟିକେଟ ମିଳି ନାହିଁ, ସାବିତ୍ରୀ ଅଗ୍ର ୱାଲ ଚାହୁଁ ଥିଲେ ତାଙ୍କ ପୁଅ ସଞ୍ଜୟ ଅଗ୍ର ୱାଲ ଙ୍କୁ ଟିକଟ ମିଳୁ, ଅନ୍ୟ ପକ୍ଷ ରେ ତାଙ୍କ ଝିଅ ମଧୁ ମତି ଅଗ୍ର ୱାଲ ବି ଟିକେଟ ପାଇଁ ଦାବି ଦାର ଥିଲେ, ଟିକଟ ପାଇଁ ଭାଇ ଭଉଣୀ ଦୁଇ ଜଣ ପ୍ରତି ଯୋଗିତା କୁ ମଧ୍ୟ ଓଲ୍ହାଇ ଯାଇଥିଲେ, ଯାହା ସେମାଙ୍କର ଟିକଟ କଟିବାର ପ୍ରମୁଖ କାରଣ ବୋଲି କୁହା ଯାଇଛି ବିଧାୟିକା ଙ୍କ ପୁଅ ସଞ୍ଜୟଙ୍କ ସମର୍ଥକ ଓ ଅନୁ ଗତ ମାନେ ତାଙ୍କୁ ପ୍ରାଥୀ କରାଯିବା ନେଇ ଗତ କିଛି ଦିନ ହେବ ଦାବି କରି ଆଶୁ ଥିଲେ, ହେଲେ ଆଜି ଟିକଟ ସ୍ପ୍ରେଷ୍ଟ ହେବା ପରେ ସଞ୍ଜୟ ଙ୍କ ପର ବର୍ତ୍ତୀ କାର୍ଯ୍ୟକ୍ରମ କଣ ରହୁଛି ତାହା ଦେଖିବାକୁ ବାକି ରହିଲା ।

ନିକଟରେ ଡେରାବିଶ ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁ ବିଜେପିରେ ମିଶିବା ବେଳେ ସଂଜୟ ମଧ୍ୟ ପଦ୍ମ ଧରିପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି; ଯଦିଓ ଏ ନେଇ ତାଙ୍କ ତରଫରୁ ଆନୁଷ୍ଠାନିକ ଭାବେ କିଛି କୁହଯାଉ ନାହିଁ I ପ୍ରକାଶଥର କି ବେଦପ୍ରକାଶ କେନ୍ଦ୍ରାପଡ଼ା ଓ ପାଟ କୁରା ରୁ କର୍ମା ଗତ ଭାବେ ୬ ଥର ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ଆଗରୁ ବେଦପ୍ରକାଶ ବି ବିଜେପିରେ ଥିଲେ । ମହାକାଳପଡ଼ାରେ ଦଳ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଛି । ଅତନୁଙ୍କ ବାଦ ଦେଇ ଅନ୍ୟ କେହି ସମର୍ଥ ପ୍ରାର୍ଥୀ ଏଠାରେ ଆଶାୟୀ ଡାଲିଜରେ ନଥୁବା ବେଳେ ସେ କ୍ରମାଗତ ଭାବେ ୨୦୦୯ ମସିହାରୁ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରଠାରୁ ଏଠାରୁ ଜିତି ଆସୁଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପିର ବିଜୟ ପ୍ରଧାନଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅତନୁ ଜିତି ଥିଲେ ମଧ୍ୟ ବିଗତ ନିର୍ବାଚନ ତୁଳନାରେ ବିଜୟ ବ୍ୟବଧାନ କମିଯାଇଥିଲା । ତତ୍କାଳୀନ ବିଜେପି ନେତା ସ୍ୱର୍ଗତ ବିଜୟ ପ୍ରଧାନ ତାଙ୍କୁ ଟକ୍ଟର ଦେଇଥିଲେ। ବିଜୟ ବ୍ୟବଧାନ ଥିଲା ୧୫,୬୬୩ ଆଳିରେ ମଧ୍ୟ ପ୍ରତାପ କେଶରୀ ଦେବଙ୍କ ବାଦ ଦେଇ ଅନ୍ୟ କେହି ଆଶାୟୀ ନଥିଲେ । ଦଳ ଏଠାରେ ତାଙ୍କ ଉପରେ ପୁନର୍ବାର ଭରସା କରିଥିବା ବେଳେ ସେ ୨୦୧୯ ନିର୍ବାଚନରେ ଜିଲ୍ଲାରେ ସର୍ବାଧ‌ିକ ଭୋଟ୍ ବ୍ୟବଧାନରେ ଜିତିଥିଲେ । ପ୍ରତାପ ଦେବ ୫୫,୬୦୧ ଖଣ୍ଡ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତି ଦ୍ବନ୍ଦୀ କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କୁ ପରାଜିତ କରିଥିଲେ । ବିଜେଡି ଖାତାରେ ୫୮% ଭୋଟ୍ ଓ କଂଗ୍ରେସକୁ ୨୫% ଭୋଟ୍ ଯାଇଥିବା ବେଳେ ବିଜେପି ମାତ୍ର ୧୫% ଭୋଟ୍ ପାଇଥିଲା । ଦୁଇ ଭେଟେରାନ୍ ଅତନୁ ଓ ପ୍ରତାପଙ୍କ ଟିକଟ ରାସ୍ତା ପ୍ରାୟତଃ ନିଷ୍କକଣ୍ଟକ ଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଧର୍ମଗଡ ଠାରେ ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ଅଭିଯାନ ଯାତ୍ରା ଓ ସାଧାରଣ ସଭା ଯୋଗଦେଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ

masiha

କୋରାପୁଟ ଜୋନ ବିଜୁ ଛାତ୍ର ଜନତା ଦଳ ଉପସଭାପତି ହେଲେ ହିମାଂଶୁ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ରାଜନେତା ଈଶାନ ମିଶ୍ରଙ୍କ ଘର ବାହୁଡ଼ା; ଶଙ୍ଖ ଭବନରେ ଯୋଗଦାନ

masiha

Leave a Comment

error: Content is protected !!