ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର “ଫୁଲ ସାବାରିରେ ଆସିଛି ଫଗୁଣ”

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର “ଫୁଲ ସାବାରିରେ ଆସିଛି ଫଗୁଣ”

ମୟୂରଭଞ୍ଜ – ( ମସିହା)ରାଇରଙ୍ଗପୁର ସମ୍ବାଦ ସହିତ୍ୟଘରର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ମାସିକ ଆଲୋଚନାଚକ୍ର ଓ  କବିତା ଆସରରେ ମୁଖ୍ୟ ଅତିଥି ଭାବେ ବାଦାମପାହାଡ ଲୁହା ଖଣି ପ୍ରବନ୍ଧକ,ସାରସ୍ଵତ ସାଧକ ତଥା ଗୀତିକବି ହରେନ୍ଦ୍ର ନାରାୟଣ ଦାସ, ସମ୍ମାନୀତ ଅତିଥି ଭାବେ ଗୋରୁମହିଷାଣୀ ଲୁହା ଖଣି ପ୍ରବନ୍ଧକ ବିକାଶ ରଞ୍ଜନ ନାୟକ, ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ସଂଯୋଜକ ତଥା ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧୁ ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଓ ଦିଗନ୍ତ ବିଷୟରେ ଆଲୋଚନା କରି କବି ଓ କବୟତ୍ରୀ ମାନଙ୍କ ସୃଜନଶୀଳତାକୁ ଭୂୟସୀ ପ୍ରଶଂସା କରିଥିଲେ ଓ ସମ୍ବାଦ ସାହିତ୍ୟଘର ଓଡ଼ିଆ ଭାଷା ଓ ସଂସ୍କୃତିର ସେତୁ ବୋଲି ଅଭିହିତ କରିଥିଲେ। ସଭା ପ୍ରାରମ୍ଭରେ ସମ୍ପାଦକ ଡ଼ ଦିଗମ୍ବର ଗିରି ସମ୍ବାଦ ସାହିତ୍ୟଘରର ଆଭିମୁଖ୍ୟ ସଂପର୍କରେ ଆଲୋଚନା ରଖିବା ସହ ବିବରଣୀ ପଠନ କରିଥିଲେ। ଏହାପରେ ପରିବେଶବିତ୍ ତଥା ଔପନ୍ୟାସିକ ପ୍ରଦୀପ୍ତ କିଶୋର କବି ଓଡ଼ିଆ ଭାଷା କିପରି ଗ୍ରାମ୍ୟ ଜୀବନ ସହ ଯୋଡ଼ି ହୋଇ କିପରି ସମ୍ପର୍କର ସେତୁ ପାଲଟିବ ତା ଉପରେ ନିଜର ମତାମତ ରଖିଥିଲେ। ଏହାପରେ ଡ଼ ଦିଗମ୍ବର ଗିରି ଓ ତିମିର ରଞ୍ଜନ ପଣ୍ଡାଙ୍କ ମନ ଛୁଆଁ ସଂଯୋଜନାରେ “ଫୁଲ ସବାରିରେ ଆସିଛି ଫଗୁଣ” ଶୀର୍ଷକ ଉପରେ ସାରସ୍ୱତ ସାଧକ ସୁବାଷ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ କୁମାର ମହାନ୍ତିଙ୍କ ଉପସ୍ଥିତିରେ କବୟତ୍ରୀ  ପୁଷ୍ପଲତା ମହାନ୍ତି,ପ୍ରମିଳା ସ୍ବାଇଁ, ଖୁସବୁ ପାଲ, ଦୀପ୍ତି ରେଖା ମହାନ୍ତି, ହର୍ଷିତା ପାଲ ଓ କବି ଜଗନ୍ନାଥ ବଳ, ଯୋଗେନ୍ଦ୍ର ନାଥ ନନ୍ଦୀ, ଅଧ୍ୟାପକ ମାନସ ରଞ୍ଜନ ବେହେରା, ଗୋପାଳ କୃଷ୍ଣ ମହାନ୍ତି, ଡ଼ ମୃତ୍ୟୁଞ୍ଜୟ ଆଚାର୍ଯ୍ୟ, ହରେନ୍ଦ୍ର ନାରାୟଣ ଦାସ, ବିକାଶ ରଞ୍ଜନ ନାୟକ, ଇଂ ସାର୍ଥକ ପଣ୍ଡା, କାଶ୍ୟପ କୌଶିକ ମହାନ୍ତି, , ଡ଼ ଦିଗମ୍ବର ଗିରି, ତୁଷାର କାନ୍ତ ମହାନ୍ତ, ଉପସଭାପତି ଅଧ୍ୟାପକ ବିଜୟ ରାମ୍ ତଥା  ତିମିର ରଞ୍ଜନ ପଣ୍ଡା ଙ୍କ ଦ୍ଵାରା ସ୍ଵ ରଚିତ କବିତା ପାଠ କରାଯାଇଥିଲା। ସଭା ଶେଷରେ ଉପସଭାପତି ରଞ୍ଜନ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ଆସରକୁ ସଫଳ କରିବା ପାଇଁ ଲିଟିଲ୍ ଫ୍ଲାୱାର୍ ସ୍କୁଲ୍ ର ମେନେଜିଂ ଡାଇରେକ୍ଟର ତଥା ପୁସ୍ତକ ପ୍ରକାଶକ କାଳୀ ପ୍ରସନ୍ନ ମହାନ୍ତି ଓ ସହକର୍ମୀଗଣ ଅକୁଣ୍ଠ ଚିତ୍ତରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

ଟାଟା ପାୱାରର ବିଦ୍ୟୁତ ବିତରଣ ଦାୟିତ୍ୱରେ ଜନ ଅସନ୍ତୋଷ ,ଚକ୍ରବୃଦ୍ଧି ହାରରେ ବିଦ୍ୟୁତ ବିଲ ଆଦାୟ ହେଉଥିବା ଅଭିଯୋଗ 

ବେଦବ୍ୟାସ ପୀଠ ବିକାଶ ମଞ୍ଚ ଓ ରିଟାୟାଡ ଏମ୍ଲୋଇଜ୍ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ’ ଶ୍ରୀମଦ୍ ଭାଗବତ: ଭକ୍ତି ଲୀଳାମୃତ ‘ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Leave a Comment

error: Content is protected !!