ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାୟଗଡ଼ା ବିଜେଡି ରେ ଇସ୍ତଫା ର ସୁଅ 

ରାୟଗଡ଼ା ବିଜେଡି ରେ ଇସ୍ତଫା ର ସୁଅ 

ରାୟଗଡ ବିଜେଡିରେ, ବିଦ୍ରହ ତେଜିବାରେ ଲାଗିଲା, 30ରୁ ଉର୍ଦ୍ଧ ଆଗଧାଡିର କର୍ମୀ ଓ ନେତା ବିଜେଡିର ପ୍ରାଥମିକ ସଭ୍ଯ ଓ ସଭ୍ଯା ପଦବୀରୁ ସମୁହ ଇସ୍ତଫା ଦେଇଥିବା ଜଣାପଡିଛି | ଆଜି ସ୍ଥାନୀୟ ହୋଟେଲ ତେଜସ୍ବୀ ଇଣ୍ଟରନ୍ଯାସନାଲ ଲିମିଟେଡର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଠ ଜଣାପଡିଛି ଯେ, ଏହି ବ୍ଯକ୍ତି ବିଶେଷଙ୍କୁ ବିଜେଡି ଦଳରେ ଆଉ ଗୁରୁତ୍ବ ଦିଆଯାଉନାହିଁ | କାରଣ ଚଳିତ 2024 ସାଧାରଣ ଓ ବିଧାନସଭା ନିର୍ବାଚନରେ ଏହି ନେତା ଓ କର୍ମୀ ମାନଙ୍କୁ ବିଜେଡି ଦଳର ଅନ୍ଯ ଏକ ଗୋଷ୍ଠୀ ଓ ଉପରସ୍ଥ କର୍ମକର୍ତ୍ତା ଅଣଦେଖା କରୁଥିବାରୁ ଗତ କିଛି ଦିନ ହେଉଛି ଦଳରେ ବିଭିନ୍ନ ଫାଟ ହୋଇଯାଇଛି | ମନମାଳିନ ହେଉଥିଲା ଉଭୟଗୋଷ୍ଠୀଙ୍କ ମଧ୍ଯରେ, ଅଦୃଶ୍ଯବହ୍ନୀ ଜଳି ଏବେ ଦଳର ଶୃଙ୍ଖଳା, ମର୍ଯ୍ଯାଦା ଓ ଗାରିମାକୁ ଛାରଖାର କରିଦେଇଛି | ତେହେ କଣ କରିଛି ପ୍ରକୃତ ରହସ୍ଯ ଆସନ୍ତୁ ଜାଣିବା ଓ ସୁଣିବା ଗଙ୍ଗାଧର ପୁଆଲାଙ୍କ ଠାରୁ | ଚଳିତ ନିର୍ବାଚନରେ ଏନ୍ ଭାସ୍କର ରାଓଙ୍କ ଗୋଷ୍ଠୀକୁ ଅଣଦେଖା କରି ଅନ୍ଯ ଏକ ଗୋଷ୍ଠୀର ସଦସ୍ଯ ଓ ସଦସ୍ଯା ମାନଙ୍କର ସମର୍ଥକଙ୍କୁ ଚଳିତ ସାଧାରଣ ଓ ବିଧାନସଭା ନିର୍ଚାଚନରେ ପ୍ରାର୍ଥୀକରାନଯିବା ଓ ସେମାନଙ୍କ ମତାମତ ବିନା ପ୍ରାର୍ଥି ଚୟନ କରିବା ସହ ଜଣେ ଅଯୋଗ୍ଯ ଓ ଆଦିବାସୀ ଭାଷା ଓ ପରମ୍ପରା ଜାଣିନଥିବା ମହିଳାଙ୍କୁ ଆଦିବାସୀଙ୍କ ପାଇଁ ସରକ୍ଷିତ ସଂରକ୍ଷଣ ଆସନରୁ ଜଣେ ନାରିଙ୍କୁ ବିଧାୟିକା ହେବା ପାଇଁ ଟିକେଟ୍ ଦେଇଥିବାରୁ ଗଙ୍ଗାଧର ପୁଆଲାଙ୍କ ନେତୃତ୍ବରେ ପ୍ରାୟ 35ରୁ ଅଧିକ କର୍ମୀ, ନେତା, ଦଳର ବହୁ ପଦପଦବିରେ ରହିଥିବା ବ୍ଯକ୍ତି ବିଶେଷ ପ୍ରାଥମିକ ସଦସ୍ଯପଦବୀରୁ ଇସ୍ତଫା ଦେଇଛନ୍ତି | ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଇସ୍ଥଫା ଦେଇଛନ୍ତି ଓ କଣ ରହିଥିଲା ପ୍ରକୃତ ରହସ୍ଯ | ଆସନ୍ତୁ ଜାଣିବା ଘଟଣାର ପ୍ରକୃତ କଥା —- ଇସ୍ଥଫା ଦେଇଥିବା ସଭ୍ଯମାନେ ହେଲେ | ରାୟଗଡ ମୁନିସିପାଲଟି ଚେୟାରମ୍ଯାନ୍ ପି. ମହେଶପଟ୍ଟାୟକ, ବିନାୟକ କର, ଗଙ୍ଗାଧର ପୁଆଲା ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ, ସୁଜାତା ପାଳ, ଶର୍ମିଷ୍ଠା ପାଢୀ ଜିଲ୍ଲା ମହିଳା ସଭାନେତ୍ରୀ, ସନ୍ତୋଷ ଦୋଲେଇ, ରାୟଗଡ ବ୍ଲକ ଉପାଧ୍ଯକ୍ଷ ହରପ୍ରସାଦ ପେପୃକା, ରାୟଗଡ ପଞ୍ଚାୟତ ସମିତି ଅଧ୍ଯକ୍ଷା, ପ୍ରାୟ21ରୁ ଉର୍ଦ୍ଧ ରାୟଗଡ ମ୍ଯୁନିସିପାଲଟି କାଉନସିଲର, ସମିତି ସଭ୍ଯ, ଓ୍ବାଡ୍ ମେମ୍ବର, ବିନାୟକ କର, ଦୁଦୁଲା ଶ୍ରୀନିଭାଷ ବିଜେଡି ଜିଲ୍ଲା ସମ୍ପାଦକ, ହୃଶିକେଷ କୁଲଦୀପ ଜିଲ୍ଲା ସମ୍ପାଦକ, ଶ୍ରୀକାନ୍ତ ଚୌଧୂରୀ ଟାଉନ୍ ପ୍ରେସିଡେଣ୍ଟ, ତପନ ପେଦେଣ୍ଟି ଜିଲ୍ଲା ସାଧାରଣ ସମ୍ପାଦକ ଓ ଅନ୍ଯମାନେ ଇସ୍ତଫା ଦେଇଛନ୍ତି ଏହି ସଂଖ୍ଯା ଆଗାମି ଦିନରେ ବୃଦ୍ଧିପାଇବ | ଆଗମୀ ରଣନିତୀ ସମ୍ପର୍କରେ କୌଣସି କଥା କ୍ଯାମେରା ଆଗରେ ହିନଥିବା ବେଳେ ଦଳର ପ୍ରାଥମିକ ସଦସ୍ଯ ଓ ସଦସ୍ଯା ପଦବୀରୁ ଇସ୍ତଫା ଦେଇଥିବାରୁ ଆଗାମି ନିର୍ବାଚନରେ ନିଜ ପସନ୍ଦ ମୁତାବକ ପ୍ରାର୍ଥୀ ନିର୍ଦ୍ଦଳୀୟ ଭାବେ ପ୍ରତିଦ୍ବନ୍ଦିତା କରିପାରନ୍ତି ନଚେତ୍ କାହାକୁ ସମର୍ଥନ କରିବେ ସେ କଥା ଷ୍ପଷ୍ଠ କରିନାହାନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

masiha

୫ ଟି ସଚିବ ଙ୍କ ଗସ୍ତ ପୂର୍ବରୁ ପିସିସି ସମ୍ପାଦକ ଗିରଫ,ବୁଦ୍ଧିଜୀବୀ ମହଲରେ ନିନ୍ଦା

Sunil Chandra Nayak

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

Leave a Comment

error: Content is protected !!