ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

 ମୟୂରଭଞ୍ଜ – ୨୮/୦୩ ( ମସିହା)ଆସନ୍ତା ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ସବୁଦଳ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପ୍ରାର୍ଥୀ ଚୟନ ପ୍ରକିୟା ଜୋର ଧରିଛି । ବିଜେପି ତରଫରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ମୁଣ୍ଡରେ ଆଗାମୀ ନିର୍ବାଚନରେ ମୟୂରଭଞ୍ଜ ସାଂସଦ ପାଇଁ ମୁକୁଟ ପିନ୍ଧାଯାଇଛି ।ବ୍ରହ୍ମ କୁମାର ନବ ଚରଣ ମାଝୀ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମର ବାସିନ୍ଦା ।ପିଲାବେଳୁ ସମାଜସେବୀ, ପରୋପକାରୀ,ସଂସ୍କାରବାଦୀ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ ।ଅଶୀ ଦଶକରେ ୧୯୮୦ ରୁ ୧୯୯୭ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଆନ୍ଦୋଳନର ଆଜସୁର ଜଣେ ଜଣାଶୁଣା ଚର୍ଚ୍ଚିତ ନେତା ଥିଲେ ।୧୯୮୫ ମସିହାରେ ସେ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ସଂସଦ ଉପସଭାପତି ଥିଲେ ।ପରେ ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ ।୨୦୦୪ ରୁ ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସେଲର ଅଧ୍ୟକ୍ଷ ଥିଲେ ।୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ ।ପରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ ।୨୦୧୯ ରେ ସେ ରାଇରଙ୍ଗପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ସେ ଜଣେ ଅତ୍ୟନ୍ତ ନିକଟତର ଲୋକ । ସମାଜସେବା ପାଇଁ ସେ ସାଂସାରିକ ଜୀବନ ଠାରୁ ଦୂରେଇ ଆଧ୍ୟାତ୍ମିକ ରାଜନୈତିକ ଜୀବନ ଆପଣେଇଥିଲେ । ପ୍ରଜାପତି ଐଶ୍ୱରୀୟ ବିଦ୍ୟାଳୟର ସଦସ୍ୟ ହୋଇ ନିଜ ଜୀବନକୁ ରାଜଯୋଗ ହିସାବରେ କାଳାତିପାତ କରୁଛନ୍ତି।ବହୁ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଜଡ଼ିତ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେଲା ସେ ବିଜେପିରେ ସମର୍ପିତ ଏବଂ ଦଳ ଯେଉଁ ସମୟରେ ଯେଉଁ ଦାୟିତ୍ଵ ଦେଇଛନ୍ତି ତାହାକୁ ନିଷ୍ଠାର ସହ ତୁଲାଇବା ସହ ତୃଣମୂଳ ସ୍ତରରେ ନିଜର ଅମାୟିକ ବ୍ୟବହାର ଓ କଥାଶିଳ୍ପୀ ହିସାବରେ ଏକ ନିଆରା ପରିଚୟ ସୃଷ୍ଟି ଏବଂ ଦଳ ପ୍ରତି ଅଗାଧ ଆନୁଗତ୍ୟ ନେଇ ଦଳ‌ ତାଙ୍କ ଉପରେ ବିଶ୍ବାସ ରଖି ମୟୂରଭଞ୍ଜ ବିଜେପି ସାଂସଦ ଭାବେ ମନୋନୀତ କରିଛି । ତାଙ୍କୁ ପଚାରିବାରୁ ସେ କହିଥିଲେ ଓଡ଼ିଶାର ସ୍ଵାର୍ଥକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା, ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ ଏବଂ ଜନ ସାଧାରଣଙ୍କ ସମସ୍ୟାକୁ ସମାଧାନ ପାଇଁ ସେ ଶତପ୍ରତିଶତ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଭାରତର ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସମେତ ସମସ୍ତ ଦଳୀୟ କର୍ମୀ ଓ ପଦାଧିକାରୀ ତାଙ୍କୁ ପ୍ରତି ଅଗାଢ ବିଶ୍ବାସ ରଖି ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ସମସ୍ତଙ୍କୁ ଅଞ୍ଚଳରୁ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

masiha

ବିଜୁ ଜନତା ଦଳର ମିଶ୍ରଣ ପର୍ବ

Sunil Chandra Nayak

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

Leave a Comment

error: Content is protected !!