ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼.. ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ 

ରାୟଗଡ଼.. ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ 

ରାୟଗଡ:-ତା.୨୯/୦୩-ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବେଳେ , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାୟାଗଡ଼,ଭାସ୍କର ଚନ୍ଦ୍ର ରଇତ,ଅତିରକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପାତ୍ର, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ କଲ୍ୟାଣୀ ସଂଘମିତ୍ରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାୟଗଡ, ସୁଦୀପ୍ତ କୁମାର ଦାଶ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୂଷିକା, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି,ବରିଷ୍ଠ ନାଗରିକ ସତ୍ୟବାଦୀ ପତି, ଆର ଏସ ଇ ଡବ୍ଲୁ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଶlସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବୁଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତନିଧି,ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଓ ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶିକ୍ଷବିତ ଡ଼ଃ ମହାନ୍ତି ନିଜର ବକ୍ତବ୍ୟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଅବଦାନ ଓ ସଂଗ୍ରାମ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l 

    ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ,ପ୍ରାକ୍ଷେପକ ପୀତବାସ ବିଶ୍ୱାଳ, ରାଜସ୍ୱ ସହାୟକ ଭବାନୀ ଶବର,ଗ୍ରନ୍ଥା ଗାରିକ ଡ଼ମ୍ବରୁଧର ପଣ୍ଡା,ବରିଷ୍ଠ କ୍ଷିପ୍ର ଲେଖିକା କୁମୁଦିନୀ ମିଶଲ,ସଂଚାଲକ ସମ୍ରାଟ ସାହୁ,ସୁବାଷ କେରେକେଟା ଗ୍ରନ୍ଥାଗାରିକ ,ଶ୍ରୀକାନ୍ତ ବିଶ୍ୱାଳ, ରାଜରନ୍ଦ୍ର ଦୋରା,ଯୋଗଦାନ କରିଥିଲେ l ଶସ୍ତ୍ରୀନଗର ଓ଼ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୩ ଟି ଅଭିଯୋଗର ଶୁଣାଣି

Sunil Chandra Nayak

ଖଡ଼ିଆଳ ବିଡ଼ିଓ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!