ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ କୁ ଧକ୍କା ଦେଲା ପିକ-ଅପ ଡ୍ରାଇଭର ଆହତ

ଟ୍ରକ କୁ ଧକ୍କା ଦେଲା ପିକ-ଅପ ଡ୍ରାଇଭର ଆହତ

  ଡାବୁଗାଁ, ୨୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରକ ସହ ପିକ-ଅପ ଦୁର୍ଘଟଣା ଘଟି ଡ୍ରାଇଭର ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଶୁକ୍ରବାର ଭୋର ୩ ଘ. ସମୟରେ ଡାବୁଗାଁ-ଉମରକୋଟ ରାଜ୍ୟରାଜପଥ -୩୯ ଉପରେ ଡାବୁଗାଁ ଥାନା ଠାରୁ ୫୦୦ ମିଟର ଦୂରରେ କଳାହାଣ୍ଡି ଜିଲା ଜୁନାଗଡ ଠାରୁ ଟ୍ରକ ନଂ ଓଆର ୦୮ ଇ ୪୮୩୭ ରେ ସାର ବୋଝେଇ କରି ଉମରକୋଟ ଅଭିମୁଖେ ଯାଉଥିଲା | ଟ୍ରକ ଟି ର ଇଞ୍ଜିନ ଖରାପ ହେବାରୁ ଟ୍ରକ ଟି ରାସ୍ତା କଡରେ ଛିଡା ହୋଇ ରହିଥିଲା | ସେହି ସମୟରେ କଳାହାଣ୍ଡି ଜିଲା ଭାବନିପାଟଣା ଠାରୁ କୋରିୟର ସର୍ଭିସର ପିକ-ଅପ ଗାଡି ନଂ ଓଡ଼ି ୦୨ ସିବି ୫୩୫୦ ପଛପଟୁ ଆସି ଟ୍ରକ ଟିକୁ ଧକ୍କା ଦେଇଥିଲା | ଧକ୍କା ହେବା ଫଳରେ ପିକ-ଅପ ଡ୍ରାଇଭର ଆହତ ହୋଇଛନ୍ତି | ଡାବୁଗାଁ ଥାନାରେ ରାତିରେ ଡିୟୁଟି ରେ ଥିବା ଏଏସଆଇ ଗୋପାଳକୃଷ୍ଣ ହଲୱା ଓ କନେଷ୍ଟବଳ ତ୍ରିନାଥ ନାୟକ ଜୋରରେ ଏକ ଶବ୍ଦ ଶୁଣିଥିଲେ | ଶବ୍ଦ ଶୁଣି ରାସ୍ତା କୁ ଆସି ଦେଖିଥିଲେ ଯେ ଦୁର୍ଘଟଣା ଘଟିଛି | ସଙ୍ଗେ ସଙ୍ଗେ ପିକ-ଅପ ଗାଡିରୁ ଡ୍ରାଇଭର କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡ୍ରାଇଭର ଜଣଙ୍କ ହେଲେ କଳାହାଣ୍ଡି ଜିଲା ଭାବନିପାଟଣା ଥାନା ଅଧୀନ ସୁଜନପୁର ଗ୍ରାମର ଜବାଲହାଲ ପ୍ରଧାନ (୪୫) ବୋଲି ଜଣାପଡିଛି | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ବ୍ଲକ : ଅନେକ ପଞ୍ଚାୟତର ଅମୃତଧାର ଅଚଳ ,ମିଳୁନି ପାଣି

Sunil Chandra Nayak

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

କନ୍ଧମାଳ ଜିଲ୍ଲାରେ ଗଡ଼ିଲା ଲଷ୍ମୀ ବସ୍‌ : ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!