ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ସମସ୍ତ ଚର୍ଚ୍ଚରେ ଯୀଶୁ ଙ୍କ କୃଶ ବିଦ୍ଧ ଦିବସ ପାଳିତ

ଜିଲ୍ଲାର ସମସ୍ତ ଚର୍ଚ୍ଚରେ ଯୀଶୁ ଙ୍କ କୃଶ ବିଦ୍ଧ ଦିବସ ପାଳିତ

ନବରଙ୍ଗପୁର:(୨୯/୩)(ରବିନାରାୟଣମହାନ୍ତି) ଆଜି ସାରା ବିଶ୍ବ ରେ ଯୀଶୁ ଙ୍କ ଶୁଭ ଶୁକ୍ରବାର ଦିବସ ପାଳନ ହେଉଥିବା ବେଳେ, ନବରଙ୍ଗପୁର ଜିଲ୍ଲା ରେ ବସବାସ କରୁଥିବା ହଜାର ହଜାର ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶ୍ବାସୀ ବିଶ୍ବାସୀନୀ ମାନେ ଯୀଶୁ ଙ୍କ କୃଶ ବିଦ୍ଧ ଦିବସର ତାତ୍ପର୍ଯ୍ୟ ବିଷୟରେ ସ୍ମରଣ କରି ଚର୍ଚ୍ଚ ଗୁଡ଼ିକରେ ସମବେତ ହୋଇ ନିଜର ପାପ କ୍ଷମା ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ ଭାବେ ଚର୍ଚ୍ଚ ଗୁଡ଼ିକରେ ପାଳକ ମାନେ ଆଜିର ଦିନରେ ପବିତ୍ର ଧର୍ମ ଗ୍ରନ୍ଥ ବାଇବେଲର ବିଭିନ୍ନ ପଦ ପର୍ବ ପାଠ କରି ଉପସ୍ଥିତ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ , ଯୀଶୁ କେମିତି ବିନା ଅପରାଧରେ ଦଣ୍ଡିତ ହେଲେ, ପିଲାତ ରାଜା କୌଣସି ଦୋଷ ନ ଦେଖି ତାଙ୍କୁ କୃଶ ରେ ଚଢାଓ ବୋଲି ବାରମ୍ବାର ସୈନ୍ୟ ମାନଙ୍କ ଚିତ୍କାର ଶୁଣି ବାଧ୍ୟ ହୋଇ ଯୀଶୁ ଙ୍କୁ କୃଶ ରେ ଚଢାଇବାକୁ ଅନୁମତି ଦେଇଥିଲେ।ତାଙ୍କ ବ୍ୟତୀତ ଆଉ ୨ଜଣ ଚୋର ଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ବାମ ଓ ଜଣକୁ ଦକ୍ଷିଣ ପାଶ୍ୱରେ କୃଶ ରେ ଟଙ୍ଗା ଯାଇଥିଲା। ବାମ ପାର୍ଶ୍ୱରେ ଥିବା ଚୋର ସେତେ ବେଳେ ଯୀଶୁ ଙ୍କୁ ତିରସ୍କାର କରିଥିବା ବେଳେ, ଦକ୍ଷିଣ ପାଶ୍ଵ ରେ ଥିବା ଚୋର ଅନୁତାପ କରି କହିଥିଲା ,ହେ ପ୍ରଭୁ ଯେତେ ବେଳେ ଆପଣ ପାରଦୀଶ ରେ ଗଲେ ମତେ ଟିକେ ସ୍ମରଣ କରିବେ ବୋଲି କହିଥିଲେ। ଯୀଶୁ ତାଙ୍କୁ କହିଲେ ତୁମେ ମୋ ସହିତ ନିଶ୍ଚୟ ପାରଦୀଶରେ ଉପସ୍ଥିତ ହେବ ବୋଲି କହିଥିଲେ। ଯୀଶୁ କୃଶ ଉପରେ ଓହଳି ଥିବା ବେଳେ ୭ଟି ବାଣୀ ଆବୃତ୍ତି କରିଥିଲେ। ୧ମ ବାଣୀ ଯେତେ ବେଳେ ଯୀଶୁ କହିଲେ ହେ ପିତା ଏ ମାନଙ୍କୁ କ୍ଷମା କର କାରଣ ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ୨ୟ ବାଣୀ ସେଥିରେ ସେ ତାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।୩ୟ ବାଣୀ ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ ଗୋ ନାରୀ ଦେଖ ତୁମର ପୁତ୍ର,! ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ ଦେଖ ତୁମର ମାତା।୪ର୍ଥ ବାଣୀ ତିନି ଘଣ୍ଟା ସମୟ ରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ ଏଲୋହୀ, ଏଲୋହୀ ଲାମା ଶବକଥାନୀ? ଅର୍ଥାତ ହେ ମୋହର ଇଶ୍ଵର ତୁମ୍ଭେ ମତେ କାହିକି ପରିତ୍ୟାଗ କଲ। ୫ବାଣୀ ଏହା ପରେ ଯୀଶୁ ଧର୍ମ ଶାସ୍ତ୍ର ର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ। ୬ଷ୍ଠ ବାଣୀ ମୋତେ ତୃଷା ଲାଗୁଅଛି। ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ ସମାପ୍ତ ହେଲା।୭ମ ବାଣୀ ଆଉ ଯୀଶୁ ଉଚ୍ଚ ସ୍ୱର ରେ ଡାକି କହିଲେ ହେ ପିତା ତୁମ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି, ଏହା କହି ସେ ପ୍ରାଣତ୍ୟାଗ କଲେ। ନବରଙ୍ଗପୁର ପ୍ରଧାନ ମଣ୍ଡଳୀ ଠାରେ ପରିଚାଳକ ରେଭ ଯୁଝେଶ୍ଵର ନାୟକ, ରେଭ ଏଲିଯାବେତ ବାଘ, ବୋବିଲନ ବିଷୋୟୀ, ହାଲେଲୁୟା ଚର୍ଚ୍ଚ ରେ ପ୍ରେରିତ ତିମତୀ ଛିଞ୍ଚାଣି, ମାଝୀଗୁଡ଼ା ପ୍ୟାରିସ ରେ ପାଳକ ରେଭ ସୁରେନ୍ଦ୍ର ସୁନା, କାମତା ପ୍ୟାରିସ ଜାମ୍ଭୁଗୁଡ଼ା ପ୍ରଧାନ ମଣ୍ଡଳୀ ରେ ରେଭ୍ ଅନନ୍ତ ନାଗ, କାମତା ପ୍ୟାରିସ ରେ ପାଳକ ରେଭ ନମ୍ରଶିଲ, ତେନ୍ତୁଳିଖୁଣ୍ଟି କ୍ୟାଥଲିକ ପ୍ୟାରିସ ରେ ଯାଜକ ଜେମେସ ମାଟମ, ତେନ୍ତୁଳିଖୁଣ୍ଟି ଯେ ଇ ଏଲ ପ୍ୟାରିସ ରେ ପାଳକ ରେଭ ବିପିନ୍ କୁମାର ଧାନଫୁଲ, ଖାତିଗୁଡ଼ା ପ୍ୟାରିସ ରେ ପାଳକ ରେଭ କିଶୋର ଛତ୍ରୀୟା, ଡାବୁଗାଁ ଜେ ଇ ଏଲ ଚର୍ଚ୍ଚ ରେ ପ୍ରାଚୀନ ପ୍ରଦୀପ କୁମାର ଗରଡା,କୋଷାଗୁମୁଡ଼ା ପ୍ୟାରିସ ଶିଶିର କାନ୍ତ ଗଣ୍ଡା, ଭ୍ରୁବସି ପ୍ୟାରିସ ପାଳିକା ରେଭ ବିନିତା ସୁନା, ଉମରକୋଟ ପୂଜାରିଗୁଡ଼ା ପ୍ୟାରିସ ରେ ପାଳକ ରେଭ ଦାଉଦ୍ ସାଗର, ସମେତ ଜିଲ୍ଲା ର ୪ଶହ ରୁ ଉର୍ଦ୍ଧ ଚର୍ଚ୍ଚ ରେ ପାଳକ ବିଶ୍ବାସୀ ବିଶ୍ବାସୀନି ମିଳିତ ଭାବେ ଶୁଭ ଶୁକ୍ରବାର ଦିବସ ପାଳନ କରିଥିବା ଜଣାପଡିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Youth Journalist Amit Kumar Parija received the”Kalinga Gourav Samman”

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

ଭାଲୁ ଆକ୍ରମଣରେ ନାବାଳକ ଆହତ 

masiha

Leave a Comment

error: Content is protected !!