ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବୀନଙ୍କ ଗୁଡ଼ ଉଇଲରେଥିବା ଧୃବ ଦ୍ଵିତୀୟ ବାର ଵିଧାୟକ ଓ ଅଂଶୁମାନ ଲୋକସଭା ପ୍ରାର୍ଥୀ

ନବୀନଙ୍କ ଗୁଡ଼ ଉଇଲରେଥିବା ଧୃବ ଦ୍ଵିତୀୟ ବାର ଵିଧାୟକ ଓ ଅଂଶୁମାନ ଲୋକସଭା ପ୍ରାର୍ଥୀ

ରାଜନଗର-28.3.024 କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ ଗୋଷ୍ଠୀ ବିବାଦର ଅବସାନ ଘଟିଛି। ବିଜେଡି ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକଙ୍କ ଗୁଡ଼ ଉଇଲିରେ ଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ହେଵାକୁଥିବା 2024ସାଧାରଣ ନିର୍ବାଚନ ରେ ଲୋକସଭା ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଭାବେ ଦୁତୀୟ ଥର ପାଇଁ ବିଧାୟକ ଧୃବ ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ଦଳର ସୁପ୍ରିମୋ ‌ଗତକାଲି ଘୋଷଣା କରିବା ପରେ ଵାଟରେ ଘାଟରେ ଆନୁଗତ୍ୟ ମାନଙ୍କ ଆନନ୍ଦର ଲହରୀ ଦେଖା ଦେଇଥିଲା।ହେଲେ ବିଧାୟକ ପ୍ରାର୍ଥୀ ପାଇଁ ଆଶାକରି ଵିଜେଡିରେ ହଜାର ହଜାର କର୍ମୀଙ୍କ ସହ ଶଙ୍ଖ ଭବନରେ ଅଂଶୁମାନ ମିଶିଥିଲେ ଏବଂ କର୍ମୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେ ବିଧାୟକ ପ୍ରାର୍ଥୀ ନିଶ୍ଚିତ ହେବେ।ଏହି ଆଶାନେଇ ଧୃଵଙ୍କ ଅନୁଗତ ମଧ୍ୟ ଲୁଚା ଛପାରେ ‌ଭବିଷ୍ୟତକୁ ଲକ୍ଷ କରି ଅଂଶୁମାନଙ୍କ ସହ ଯୋଗାଯୋଗ କରି ପାଟି ମିଠା କରିଥିବା ‌ଶୁଣିବାକୁ ମିଳିଛି।ଉଭୟେ ପ୍ରାର୍ଥୀ ଦଳୀୟ ସଙ୍ଗଠନକୁ ମଜଵୁତ କରି ବିଜୟୀ ପାଇଁ ଵ୍ରତିରହିଵେ ଵୋଲି ସୁପ୍ରିମୋ ଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ‌ଅଶୁମାନଙ୍କ ଗୋଷ୍ଠୀ ଏଥିରେ ଅସନ୍ତୋଷ ପ୍ରକାଶ କରି ବିକଳ୍ପ ପନ୍ଥା ଗ୍ରହଣ କରି ପାନ୍ତି ଵୋଲି ଚର୍ଚ୍ଚା ଯୋର ଧରିବା ସହ ଵିଜେଡି କାର୍ଯ୍ୟାଳୟରେ ଉଭୟେ ନେତା ଓ କର୍ମୀ ମାନଙ୍କୁ ଦେଖିବାକୁ ମିଳିବ।ଦଳୀୟ ନିଷ୍ପତି ଅନୁଯାୟୀ ଉଭୟେ ନେତାଙ୍କୁ ଵିଜୟୀ କରିଵା ସମସ୍ତ କର୍ମୀ ମାନଙ୍କର ଦାୟିତ୍ଵ ରହିବ। ଅପରପକ୍ଷରେ ବାଟରେ ଘାଟରେ ଶୁଣିବାକୁ ମିଳୁଛି ଅଂଶୁମାନଙ୍କ ନିଷ୍ପତି ଉପରେ ଅସନ୍ତୋଷ ପ୍ରକାଶ କରି ବିଜେଡିକୁ ଆପଣାଇ ପାରନ୍ତି ବୋଲି କର୍ମୀମାନଙ୍କ ହୋହାଲ୍ଲାରୁ ଜଣାପଡ଼ୁଛି।‌ଯଦି ଏହା ହୁଏ ଧୃଵ ସାହୁ ବିଧାୟକ ହେଵା ନିଶ୍ଚିତ ହୋଇଥିବା ବେଳେ ଅଂଶୁମାନ ଙ୍କ ବିଜୟ ନେଇ ସନ୍ଧିଆନ ହୋଇପଡିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚିତ ହୋଇଛି।ତେଣୁ ସମସ୍ତେ ବିଧାୟକ ଓ ‌ସାସଦ‌ଙ୍କ ବିଜୟୀ ପାଇଁ ଚେଷ୍ଟା କରିବାକୁ ବିଜେଡି କର୍ମୀମାନଙ୍କୁ ବରିଷ୍ଠ କର୍ମୀ ଆହ୍ଵାନ ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ୍ ସମ୍ପାଦକ ରୂପେ ଜଳେଶ୍ଵରର ବରିଷ୍ଠ ସାମ୍ବାଦିକ ସେକ ଅବଦୁଲ ରହିମ ନିଯୁକ୍ତ: ବିଭିନ୍ନ ନେତୃବୃନ୍ଦଙ୍କ ସମ୍ବର୍ଦ୍ଧନା

Sunil Chandra Nayak

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

Sunil Chandra Nayak

Leave a Comment

error: Content is protected !!