ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଲାବାଡି ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡିରୁ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ସଂଗ୍ରହ

ନିଲାବାଡି ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡିରୁ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ସଂଗ୍ରହ

ବନ୍ଧୁଗାଁ ତା ୨୯/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଅଗ୍ନିଗଙ୍ଗାମା ମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡି ଆଜି ସ୍ଥାନୀୟ ତହସିଲଦାର ସୋନାଲି ପାତ୍ର ଙ୍କ ଉପସ୍ଥିତିରେ ଗଣତି ହୋଇଯାଇଅଛି। ଅଳ୍ପ ଦିନ ତଳେ ୯ ଦିନ ଧରି ନିଲାବାଡି ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ ଅଗ୍ନି ଗଙ୍ଗାମା ମା ଠାକୁରାଣୀ ଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଶେଷ ହୋଇଥଲା। ଏହି ଯାତ୍ରା ଠାରେ ଓଡ଼ିଶା ,ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟରୁ ନିଜ ନିଜର ମନସ୍କାମନା ପୂରଣ ନିମନ୍ତେ ମାଆ ଅଗ୍ନି ଗଙ୍ଗାମା ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ଆସିଥିଲେ,। ସ୍ଥାନୀୟ ନିଲାବାଡି ଅଗ୍ନି ଗଙ୍ଗାମା ମା ଠାକୁରାଣୀ ପୂଜା କମିଟି, ସ୍ଥାନୀୟ ବ୍ଲକ ପ୍ରଶାସନର ତହସିଲଦାର ଓ ପୋଲିସ ପ୍ରଶାସନ ଙ୍କ ଦ୍ଵାରା ଭକ୍ତ ମାନଙ୍କ ପାଇଁ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବା ପାଇଁ ସମସ୍ତ ବ୍ୟବସ୍ଥା ଯୋଗ ଦେଇଥିଲେ। ଭକ୍ତ ମାନେ ମନ୍ଦିର ଦର୍ଶନ ପାଇଁ ଯେଉଁ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଓ ଦାନ ହୁଣ୍ଡି ଗୁଡ଼ିକକୁ ଆଜି ଗଣତି କରଯାଇଥିଲା। ଗଣତିରେ ପୂଜା ମଣ୍ଡପ ରୁ ଟିକେଟ ବିକ୍ରି ୬ ଲକ୍ଷ ୬ ହଜାର ୨୦୦ ଟଙ୍କା, ମନ୍ଦିର ଦର୍ଶନ ପାଇଁ ଟିକେଟ ବିକ୍ରି ୭୭ ହଜାର ୬ ଶହ ଟଙ୍କା, ଦାନ ହୁଣ୍ଡି ରୁ୧୮ ହଜାର ୬୫୧ ଟଙ୍କା , ପ୍ରସାଦ ବିକ୍ରିରୁ ୧ ଲକ୍ଷ ୫୫ ହଜାର ଟଙ୍କା, ମାଆ ଅଗ୍ନି ଗଙ୍ଗାମା ଠାକୁରାଣୀଙ୍କ ଫୋଟ ବିକ୍ରି ରୁ ୩୫ ହଜାର ଟଙ୍କା, ମୁଣ୍ଡ ବାଳ ଲଣ୍ଡା ରୁ ୧ ଲକ୍ଷ ୨୧ ହଜାର ଟଙ୍କା, ଚପଲ ଷ୍ଟାଣ୍ଡ ରୁ ୪ ହଜାର ଟଙ୍କା, ବାର୍ବର ଟିକେଟ ରୁ ୬୬ ହଜାର ୬୦୦ ଟଙ୍କା, ମଣ୍ଡପ ନିକଟରେ ଥିବା ହୁଣ୍ଡି ରୁ ୫ ଲକ୍ଷ ୧ ହଜାର ୩୭୦ ଟଙ୍କା, ଓ ମନ୍ଦିର ହୁଣ୍ଡି ରୁ ୨ ଲକ୍ଷ ୨୧ ହଜାର ୧୯୦ ଟଙ୍କା ଏହା ସହିତ ସୁନା ୨ ଗ୍ରାମ ଓ ରୂପା ୩୮ ଗ୍ରାମ ରହିଥିଲା ଯାହାର ମୂଲ୍ୟ ୪ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସମୟରେ ପୂଜା କମିଟିରୁ ସଭାପତି ବି ସତ୍ୟମ ନାଇଡୁ, ଉପ ସଭାପତି ଜନାର୍ଦ୍ଦନ ସାହୁକାର, ସମ୍ପାଦକ ରବି ଗାଣ୍ଟା, ଯୁଗ୍ମ ସମ୍ପାଦକ ସୁବାଷ ପଣ୍ଡିତ, ଅଡିଟର କିଶୋର ପଟ୍ଟନାୟକ, ଓର୍ଗାନାଇଜର ପ୍ରସନ୍ନ ପଟ୍ଟନାୟକ, ଆଡଭାଉଇଜର ଜି ଆପଲ ନାଇଡୁ ଓ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ଦଳ ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

Sunil Chandra Nayak

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!