ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

ବନ୍ଧୁଗାଁ ତା,୨୯/୩/୨୪, ଆଜି ସାରା ଓଡିଶାରେ ଲକ୍ଷଣ ଙ୍କ ଫାସୀ ଦିବସକୁ ପାଳନ କରୁଥିବା ବେଳେ ସେଥିରୁ ବାଦ ପଡିନାହିଁ କୋରାପୁଟ ଜିଲ୍ଲା ବନ୍ଧୁଗାଁର ସୋରପୋଲି ଛକଠାରେ ରହିଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ ହୋଇଯାଇଛି I ବନ୍ଧୁଗାଁ ଚାଷୀ ମୁଲିଆ ସଙ୍ଘର ସଭାପତି ସୁବାରାଓ କେଣ୍ଡରୁକା ଙ୍କ ସଭାପୋତୀତ୍ୱରେ ସୋତାଧିକ ଓ ସଦସ୍ୟ ଓ ସଦସ୍ୟାଙ୍କର ଉପସ୍ଥିତରେ ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ ହୋଇଯାଇଛି I ଏହା ଥିଲା ସୋରପୋଲି ଚୋକଠାରୁ ଆରମ୍ଭ କରି ବାଯା ଗୀତ ନାଚ ସହ ରାସ୍ତାରେ ଜମାଇ ଜମାଇ ନାଚି ନାଚି ତୋହସିଲ କାର୍ଯ୍ୟାଲୟ ସାମନ୍ନାର ଖେଳ ପଡିଆ ଠାରେ ଏକ ମଞ୍ଚ ଆୟୋଜନ କୋରାଯାଇଥିବା ସ୍ଥାନରେ ପହଁଞ୍ଚିଥିଲେ I ସେଥିରେ ଚାଷୀ ମୁଲିଆ ସଙ୍ଘର ସତାଧିକଙ୍କ ଉପସ୍ଥିତ ସହ କୋରାପୁଟ ଜିଲ୍ଲାର ଚାଷୀ ମୁଲିଆ ସଙ୍ଘର ସଭାନେତ୍ରୀ ଶ୍ରୀମତି କଣ୍ଡାଗୋରୀ ପାଇଡାମା, ଓ ରାଜ୍ୟ ମୁଖିଆ ସଭାନେତ୍ରୀ ଶ୍ରୀମତି ସୁରାମା ପିଡ଼ିକା, ଓ ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ସଙ୍ଘର ଅନେକ ଟାଣୁଆ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମଞ୍ଚରେ ଅନେକ ପ୍ରକାର ଭାବରେ ଲକ୍ଷ୍ମଣ ନାୟକ ଙ୍କ ଫାସୀ ଦିବସ ବିଷୟରେ ଉଲେଖ କରିଥିଲେ I ଅଲ ଇଣ୍ଡିଆ ଫେଡ଼ରେସନ କ୍ଷେତ ମୋଜଦୂର ସଙ୍ଘର ରାଜ୍ୟ ସମ୍ଫାଦକ ଶ୍ରୀ ଶ୍ରୀକାନ୍ତ ମହାନ୍ତି,(ଏ. ଆଇ.କେ.ଏମ.ଏସ. କେ)ର ରାଜ୍ୟ ନେତା ମହନ ନାଇଡ଼ୁ, କାସୀପୁର କୋଇଲା ଖଣି ବିରୋଧୀ ନେତା ଭଗବାନ ମାଝୀ,ଉପସ୍ଥିତ ରହି ଲକ୍ମଣ ଙ୍କ ଜୀବନ କାହାଣି ବିଷୟରେ କହିଥିଲେ I ଓ ତା ସହିତ ବିଜେଡି, ବିଜେପି, ଦଳର ରାଜ୍ୟ ନେତା ଓ ରାଷ୍ଟ୍ର ନେତାଙ୍କୁ ନେଇ ଗରିବଙ୍କୁ ଆଖି ବୁଝିଆ ଲାଳସା ଦେଖାଇ ଭୋଟ ନେଇ ନିଜ ଅଧିକାର ପାଇବା ପରେ ଉନ୍ନତି ମୂଳକ କାର୍ଯ୍ୟ କରିବାରେ ଅସଫଳ ଓ ଲୋକଙ୍କ ଦୁଃଖ କଷ୍ଟରେ ନେତାମାନେ ଆଣଦେଖା କରନ୍ତି ଏପରି ଭାବରେ ଦୁଇ ଦଳର ରାଜନେତା ମାନଙ୍କ ନାମରେ ବୋହୂ ବର୍ଷିଥିଲେ I ଫାସୀ ଦିବସ ପାଳନ କୋରାଯିବା ସ୍ଥାନରେ ଫାସୀ ଦିବସର ବିଷୟକୁ ଛାଡି ରାଜନୀତି ବିଷୟକୁ ନେଇ ଖୁବ ବର୍ଷି ଥିବାର ଶୁଣିବାକୁ ମିଳିଥିଲା I ଶ୍ରୀନୁ ମାଣ୍ଡିଙ୍ଗ ଚାଷୀ ମୁଲିଆ ସଙ୍ଘ ନେତା,ବିଜୟ ନଗରମ ଜିଲ୍ଲାର ଚାଷୀ ମୁଲିଆ ସଙ୍ଘ ନେତା ମାଣିକ ବାଶା,ଭେଙ୍କେଟ ସ୍ୱାମୀ ବିଜୟ ନଗରମ ଚାଷୀ ମୁଲିଆ ସଙ୍ଘ ନେତା ପ୍ରମୁଖ ଉପସ୍ଥିତ ରହିଥିବା ସହ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

Leave a Comment

error: Content is protected !!