ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ-ହୋ ଜାତିର ବ୍ୟକ୍ତିଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ସୁଯୋଗ ମିଳୁ

ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ-ହୋ ଜାତିର ବ୍ୟକ୍ତିଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ସୁଯୋଗ ମିଳୁ

 ମୟୂରଭଞ୍ଜ-30/3: ( ମସିହା)ଆଦିବାସୀ ହୋ ଭାଷାର ସମ୍ବିଧାନିକ ମାନ୍ୟତା ଦାବିରେ ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ସର୍ବ ଭାରତୀୟ ସ୍ତରରେ ଆନ୍ଦୋଳନ ସହିତ ଦାବି ହୋଇ ଆସୁଛି l ଓଡ଼ିଶାରେ ହୋ ଭାଷାକୁ ଦ୍ଵିତୀୟ ରାଜଭାଷାର ମାନ୍ୟତା ପାଇଁ ମଧ୍ୟ ଦାବି ହେଉଛି l ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ହୋ ଭାଷାର ସାମ୍ବିଧାନିକ ମାନ୍ୟତା ପ୍ରସଙ୍ଗକୁ କେନ୍ଦ୍ର ସରକାର ଏବଂ ହୋ ଭାଷାର ଦ୍ଵିତୀୟ ରାଜଭାଷା ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି l ଇତି ମଧ୍ୟରେ ମୟୁରଭଞ୍ଜ ଲୋକସଭା ଆସନ ନିମନ୍ତେ ନବଚରଣ ମାଝୀ(ଭାଜପା), ସୁଦାମ ମାରାଣ୍ଡି (ବିଜେଡ଼ି) ଏବଂ ଅଞ୍ଜଳୀ ସୋରେନ (ଜେଏମଏମ-କଂଗ୍ରେସ ମେଣ୍ଟ) ପ୍ରାର୍ଥୀ ଘୋଷଣା କରାଯାଇଛି l ଏଥିରୁ ଏହା ସ୍ପଷ୍ଟ ଯେ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ଲୋକସଭା ପ୍ରାର୍ଥୀ ରୂପେ ସାନ୍ତାଳ ଜାତିକୁ ହିଁ ଅଧିକ ଭରସା କରିଛନ୍ତି l ରାଜନୈତିକ ଦଳଗୁଡିକ ଆଦିବାସୀ କହିଲେ କେବଳ ସାନ୍ତାଳଙ୍କୁ ହିଁ ବୁଝନ୍ତି l ତେବେ ମୟୁରଭଞ୍ଜ ଲୋକସଭା ଆସନ ଅଧିନସ୍ଥ 7ଟି ବିଧାନସଭା ଆସନ ନିମନ୍ତେ ଭାଜପା, ବିଜେଡ଼ି ଏବଂ ଜେଏମଏମ-କଂଗ୍ରେସ ମେଣ୍ଟ ତରଫରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ l ଦେଖିବାକୁ ଗଲେ ମୟୁରଭଞ୍ଜ ଲୋକସଭା ଅନ୍ତର୍ଗତ ରାଇରଙ୍ଗପୁର, ଯଶିପୁର, ବାଙ୍ଗିରିପୋଷି ଏବଂ ସାରସକଣା ବିଧାନସଭା ଆସନଗୁଡ଼ିକରେ ବହୁଳ ସଂଖ୍ୟାରେ ହୋ ଭାଷାଭାଷୀ ବସବାସ କରନ୍ତି l ବିଧାନସଭା ଇତିହାସକୁ ଦେଖିଲେ ଜଣାଯାଏ, ଆଦିବାସୀ ହୋ ଜାତିର ସ୍ବର୍ଗତ ହରଦେବ ସିଂ ତିରିଆ ରାଇରଙ୍ଗପୁର ଏବଂ ମୋଚିରାମ ତିରିଆ ଯଶିପୁରର ପ୍ରଥମ ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି l ମାତ୍ର ଦେଖାଯାଉଛି ଯେ ଲଗାତାର କେତୋଟି ନିର୍ବାଚନରେ ହୋ ଜାତିକୁ ରାଜନୈତିକ ଅସହିଷ୍ଣୁତା ଶିକାର ହେବାର ପଡିଛି l ସତେ ଯେମିତି ଲାଗୁଛି ଯେଉଁ ମୟୁରଭଞ୍ଜ ଜିଲ୍ଲାରୁ ସାରା ଭାରତରେ ହୋ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେଠାରେ ହିଁ ରାଜନୈତିକ ଦଳଗୁଡ଼ିକ ହୋ ଭାଷା ଆନ୍ଦୋଳନର ସ୍ବରକୁ ଚାପି ଦେବାପାଇଁ ପରସ୍ପର ସହିତ ହାତ ମିଳାଇଥିବା ଅଭିଯୋଗ ଆଣିଛନ୍ତି ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ l ମୟୁରଭଞ୍ଜ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନରେ ହୋ ଭାଷାଭାଷୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି l ତେବେ ଏହାର ଅଧୀନରେ ଥିବା ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ଏଯାଏ ଘୋଷଣା ହୋଇନାହିଁ l ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡ଼ି, ଜେଏମଏମ-କଂଗ୍ରେସ ମେଣ୍ଟ ତରଫରୁ ଯଶିପୁର, ରାଇରଙ୍ଗପୁର, ସାରସକଣା ଏବଂ ବାଙ୍ଗିରିପୋଷି ଆସନ ମଧ୍ୟରୁ ସର୍ବ ନିମ୍ନ ଦୁଇଟି ଲେଖାଏଁ ଆସନରେ ହୋ ଜାତିର ବ୍ୟକ୍ତିବିଶେଷଙ୍କୁ ଦଳୀୟ ପ୍ରାର୍ଥୀ ନିମନ୍ତେ ସୁଯୋଗ ଦେବାକୁ ବିଶିଷ୍ଟ ହୋ ଭାଷା ଆନ୍ଦୋଳନକାରୀ ତଥା ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରଵକ୍ତା ମନୋରଞ୍ଜନ ତିରିଆ ଦାବି କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାକୁ ନେଇ ବିଜେପିର ବିକ୍ଷୋଭ

Sunil Chandra Nayak

ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ କୁ ନେଇ ଚଳଚଞ୍ଚଳ ଓ ପ୍ରସ୍ତୁତି ବୈଠକ

Sunil Chandra Nayak

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!